ହାଇକୋର୍ଟ ଓକିଲ ଆନ୍ଦୋଳନ : ରାଜ୍ୟ ୯୨ ‌ଜେଲ୍‌ରେ ୧୫ ହଜାର କ୍ଷମତା, ଅଛନ୍ତି ୨୮ ହଜାର

ଭୁବନେଶ୍ବର : ଓକିଲ-ପୁଲିସ ବିବାଦକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। କେବଳ କଏଦୀଙ୍କ ପାଇଁ ନୁହେଁ, ଏହା ବରଂ ସରକାରଙ୍କ ଚିନ୍ତା ବଢ଼ାଇଛି। ତ୍ବରିତ ନ୍ୟାୟ ଦିଗରେ ଏହା ପ୍ରତିବନ୍ଧକ ହୋଇଛି। ରାଜ୍ୟର ସମସ୍ତ କାରାଗାରରେ କଏଦୀଙ୍କ ସଂଖ୍ୟା କ୍ଷମତାଠାରୁ ଢେର ଗୁଣରେ ଅଧିକ ଥିବା ବେଳେ ଝାରପଡ଼ା ଶୀର୍ଷରେ ରହିଛି। ୭୫୦ କ୍ଷମତା ତୁଳନାରେ ୨ହଜାର ୨ଶହ ରହିଛନ୍ତି। ଖୋର୍ଦ୍ଧା ସବ୍‌ଜେଲ୍‌ରେ କ୍ଷମତା ୨୫୮ ତୁଳନାରେ କମ୍‌ ଅର୍ଥାତ୍‌ ୧୯୦ ରହିଛନ୍ତି। ସେହିଭଳି ରାଜ୍ୟରେ ଥିବା ୯୨ ଜେଲ୍‌ରେ ୧୫ହଜାର କ୍ଷମତା ତୁଳନାରେ ୨୮ ହଜାର ରହିଛନ୍ତି। ରାଜ୍ୟ ପରିସଂଖ୍ୟାନର ଏହି ଉଦ୍‌ବେଗ ଜନକ ଚିତ୍ର ଆନ୍ଦୋଳନର ପ୍ରଭାବକୁ ପ୍ରମାଣିତ କରୁଛି। ତେବେ ରାଜ୍ୟର ୯୨ ଜେଲ୍‌ର କ୍ଷମତା ୧୫ ହଜାର ସ୍ଥାନରେ ୧୫ଶହ ଓ ବର୍ତ୍ତମାନ ରହିଥିବା କଏଦୀଙ୍କ ସଂଖ୍ୟା ୨୮ ହଜାର ସ୍ଥାନରେ ୨୮ ଶହ ବୋଲି ଗତକାଲି ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର