ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ୬ ଜଣ ଜେଲ ଅଧିକାରୀ ପାଇବେ ରାଷ୍ଟ୍ରପତି ପଦକ

ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ-୨୦୨୦ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଜେଲ ଅଧିକାରୀମାନଙ୍କୁ ସଂସ୍କାରମୂଳକ ସେବା ପଦକ ପ୍ରଦାନ କରାଯିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଏବଂ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ ୩ ଜଣ ଜେଲ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଶିକ୍ଷାନବୀସ ଅଧିକାରୀ ନିରଞ୍ଜନ ସାହୁ, ଜୟପୁର ସବଜେଲର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ଶ୍ରୀମତୀ ସୋଭାଗିନୀ ସିଂ।

ଅନ୍ୟପକ୍ଷରେ ଉଲ୍ଲେଖନୀୟ ସେବା ପାଇଁ ଅନୁଗୁଳ ନିରୀକ୍ଷଣ ଏବଂ ସ୍ୱତନ୍ତ୍ର ଗୃହର ଅଧିକ୍ଷକ ଅମିର କୁମାର ନାଥଶର୍ମା, ଗୁଣପୁର ସବଜେଲ ଜେଲର ଧୀରେନ୍ଦ୍ର ନାଥ ବାରିକ ଓ କଟକ ସର୍କଲ ଜେଲର ବନ୍ଦୀ କଲ୍ୟାଣ ଅଧିକାରୀ ରାମକୃଷ୍ଣ ଦାସ ପଦକ ପାଇବେ।

ସମ୍ବନ୍ଧିତ ଖବର