ଏଣିକି ଜେଲ୍‌ କର୍ମଚାରୀଙ୍କୁ ମିଳିବ ପଦକ

ଭୁବନେଶ୍ବର : ଚାକିରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ମେଡାଲ ଭଳି ଜେଲ୍‌ କର୍ମଚାରୀ ଓ ଅଧିକାରୀମାନଙ୍କୁ ମଧ୍ୟ ଡିଜି(କାରାଗାର) ପଦକ ମିଳିବ। ଏ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ଷକୁ ବିଭିନ୍ନ ପାହ୍ୟାର ସର୍ବାଧିକ ୨୦ ଅଧିକାରୀ ବା କର୍ମଚାରୀଙ୍କୁ ଏହି ସମ୍ମାନ ମିଳିବ। ଏ ନେଇ ଆଜି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ପଦକ ବର୍ଷକୁ ଗୋଟିଏ ଥର କାରାଗାର ନିର୍ଦ୍ଦେଶକ ପ୍ରଦାନ କରିବେ। କିନ୍ତୁ ଆବଶ୍ୟକ ପଡ଼ିଲେ କିମ୍ବା କୌଣସି କର୍ମଚାରୀ ଉତ୍ତମମାନର ସେବା ପ୍ରଦର୍ଶନ କଲେ ଅନ୍ୟ ସମୟରେ ମଧ୍ୟ ଏହା ପ୍ରଦାନ କରାଯାଇପାରେ। କର୍ମଚାରୀ ଅନ୍ୟ ଯେ କୌଣସି ସମ୍ମାନ କିମ୍ବା ଆର୍ଥିକ ପୁରସ୍କାର ପାଇଥିଲେ ମଧ୍ୟ ସେହି ବର୍ଷରେ ସମ୍ପୃକ୍ତ ଅଧିକାରୀ ଡିଜିଙ୍କ ପଦକର ଅଧିକାରୀ ‌ହୋଇପାରିବେ ବୋଲି ଗୃହ ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜେଲ୍‌ କର୍ମଚାରୀଙ୍କ ପାଇଁ ପୂର୍ବରୁ ଏଭଳି ଡିଜି ପଦକ ବ୍ୟବସ୍ଥା ନଥିଲା।

ସମ୍ବନ୍ଧିତ ଖବର