ନୀଳଗିରି ଉପକାରାଗାରରେ ଥିବା ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ

ବାଲେଶ୍ବର: ନୀଳଗିରି ଉପକାରାଗାରରେ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ନାମ ରାଜୁ ସିଂହ ବୋଲି ଜଣାଯାଇଛି । ତାଙ୍କର ଘର ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ପ୍ରତାପପୁର ଗ୍ରାମରେ।

ସେ ଏକ ଚୋରି ମାମଲାରେ ଧରା ପଡ଼ି ନୀଳଗିରି ଜେଲରେ ଥିଲେ। ଗତ ୨୦ ତାରିଖରେ ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ନୀଳଗିରି ପରେ ବାଲେଶ୍ୱର ମୁଖ୍ୟ ହସ୍ପିଟାଲକୁ ଅଣାଯାଇଥିଲା। ଆଜି ସକାଳେ ରାଜୁ ସିଂହଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର