ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କୁଶ ବେହେରା(୬୦) ବୋଲି ପୁଲିସ କହିଛି। କୁଶ କନ୍ଧମାଳ ଦଙ୍ଗାରେ ସଂଶ୍ଲିଷ୍ଟ ରହି ଫେରାର୍ ରହିଥିବା ବେଳେ ୱାରେଣ୍ଟ୍ ବଳରେ ପୁଲିସ ତାଙ୍କୁ ଗତ ଜାନୁଆରି ୨୮ତାରିଖରେ ଗିରଫ କରିଥିଲା। ସେ ଜି.ଉଦୟଗିରି ଜେଲ୍ରେ ବିଚାରାଧୀନ ବନ୍ଦୀ ଭାବେ ସଜା କାଟୁଥିଲେ। ସ୍ବାସ୍ଥ୍ୟ ଖରାପ୍ ହେବାରୁ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକ ଚୌଦ୍ବାର ଜେଲ୍ରେ ରହି କୁଶ ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ଜେଲ୍ରେ ଥିବା ବେଳେ ସେ ପୁଣିଥରେ ଅସୁସ୍ଥ ହୋଇ ଗତ ଜୁଲାଇ ମାସରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବର ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏ ନେଇ ବୈଦ୍ୟନାଥପୁର ଥାନାରେ କେସ୍ ନମ୍ବର ୪୮୦/୨୦ରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ କହିଛି।
ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ବନ୍ଦୀଙ୍କ ମୃତ୍ୟୁ, କନ୍ଧମାଳ ଦଙ୍ଗାରେ ଗିରଫ ହୋଇଥିଲେ
/sambad/media/post_attachments/wp-content/uploads/2020/07/MKCG-Medical-College.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)