ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା: ବନ୍ଦୀ ଜୀବନ କାଟୁଥିବା ପିତାମ୍ବର ଲେଙ୍କାଙ୍କ ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଚିତ୍ରସେନ ଦାସଙ୍କୁ ଗତ ୨୦୧୬ମସିହା ଜୁନମାସ ୮ତାରିଖରେ ହତ୍ୟା ମାମଲାରେ ଗତ ଅଗଷ୍ଟମାସ ୧୬ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ କେନ୍ଦ୍ରାପଡା ଉପକାରାଗାରରେ ଜେଲଦଣ୍ଡ ଭୋଗୁଥିଲେ ଅଭିଯୁକ୍ତ ପିତାମ୍ବର ଲେଙ୍କା । ଅଭିଯୁକ୍ତ ପିତାମ୍ବରଙ୍କର ବାରିମୂଳସ୍ଥିତ ଉପକାରାଗାରରେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପୁଅ ରମାକାନ୍ତ ଲେଙ୍କା ଅଭିଯୋଗ କରିଛନ୍ତି । ସେହି ହତ୍ୟାକାନ୍ତ ପରେ ଅଭିଯୁକ୍ତ ପିତାମ୍ବର ଗତ ୨୦୧୬ମସିହାରେ ଆତ୍ମସମର୍ପଣ କରିଥିଲେ । ସେହିଦିନ ଠାରୁ ସେ ବାରିମୂଳସ୍ଥିତ ଉପକାରାଗାରରେ ରହି ଆସୁଥିଲେ ।

ସହକାରୀ ଜେଲର ପ୍ରତାପ ଚନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ସମସ୍ତ କଏଦୀଙ୍କ ସହିତ ପିତାମ୍ବର ନିଜ ସେଲକୁ ଯାଇଥିବା ବେଳେ ସେଠାରେ ରାତ୍ରୀ ଭୋଜନ କରିଥିଲେ । ତେବେ ବୁଧବାର ଭୋର ପ୍ରାୟ ୪ଟା ସମୟରେ ପିତାମ୍ବର ବିଛଣାରୁ ଉଠିବା ବେଳେ ହଠାତ ପଡିଯାଇ ବେହୋସ ହୋଇଯାଇଥିଲେ । ଜେଲ ପକ୍ଷରୁ ତାଙ୍କୁ ଏକ ଅଟୋରିକ୍ସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ପିତାମ୍ବରଙ୍କ ସବ ଜବତ କରି ୨୭/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି l

ସମ୍ବନ୍ଧିତ ଖବର