ରାଉରକେଲା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା, ପତ୍ନୀଙ୍କ ଅଭିଯୋଗ ଭୁଲ ଇଞ୍ଜେକ୍ସନ ଯୋଗୁଁ ସ୍ବାମୀଙ୍କ ମୃତ୍ୟୁ

ରାଉରକେଲା : କଏଦୀ ମୃତୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନ। ଭୁଲ ଇଞ୍ଜେକ୍ସନ, ଚିକିତ୍ସାରେ ଅବହେଳା ଅଭିଯୋଗ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ଼ ନେଇଛି। ଘଟଣା | ମୃତ କଏଦୀ ଯୋଶେଫ ତିର୍କୀଙ୍କ ପତ୍ନୀ ପାର୍ବତୀଙ୍କ ଅଭିଯୋଗ କରିଛନ୍ତି ଯେ ସ୍ବାମୀ ଅସୁସ୍ଥ ଥିବା ସୂଚନା ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଦେଇନାହାନ୍ତି | ଖାଲି ସେତିକି ନୁହେଁ ସେ କହିଛନ୍ତି ଯେ ଭୁଲ୍ ଇଞ୍ଜେକ୍ସନ ଦେବା ଯୋଗୁଁ ଯୋଶେଫଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ,ଗତକାଲି ରାଉରକେଲା ସ୍ୱତନ୍ତ୍ର ଜେଲ୍ରେ ଥିବା ଜଣେ ବିଚାରାଧୀନ କଏଦୀ ଯୋଶେଫ ତିର୍କୀ(୩୯) ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଉରକେଲାର ଆରଜିଏଚକୁ ନିଆଯାଇଥିଲା । ଆରଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଯୋଶେଫ ଏକ ହତ୍ୟା ମାମଲାରେ ଗତ ୨୦୧୭ ଅଗଷ୍ଟ ମାସରୁ ଜେଲରେ ରହୁଥିଲେ ।

କିନ୍ତୁ ତାଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯାଇଥିବା ଏବଂ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଇନଥିବା ହେତୁ ତାଙ୍କର ସ୍ବାମୀଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ଯୋଶେଫଙ୍କ ପତ୍ନୀ ପାର୍ବତୀ । ମୃତକ ଯୋଶେଫ ତିର୍କୀଙ୍କ ଘର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବୁରୁତୋଲା ଗ୍ରାମରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର