ଚୌଦ୍ବାର ଜେଲ୍‌‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଚୌଦ୍ବାର : ଚୌଦ୍ବାର ଜେଲ୍‌ର ବିଚାରାଧୀନ କଏଦୀ ଚୈତନ୍ୟ ଜାନି(୬୩)ଙ୍କର ଆଜି ପୂର୍ବାହ୍ନ ୧୧ଟା ବେଳେ କଟକର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗଗନପୁର ଗ୍ରାମର ଚୈତନ୍ୟ ଏକ ହତ୍ୟା ଅପରାଧରେ ବିଚାରାଧୀନ କଏଦୀ ଭାବେ ଜୟପୁର ଜେଲରେ ଦୀର୍ଘଦିନ ଧରି ଥିଲେ। ଗଳା କର୍କଟ ରୋଗରେ ପୀଡ଼ିତ ହେବାରୁ ଚିକିତ୍ସା ଉଦ୍ଦେଶ୍ୟରେ ତାଙ୍କୁ ଗତ ୭ତାରିଖରୁ ଜୟପୁର ଜେଲରୁ ବ୍ରହ୍ମପୁର ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ, ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଜେଲ କର୍ତ୍ତୃପକ୍ଷ ଗତ ୨୪ତାରିଖ ଦିନ ତାଙ୍କୁ ଚୌଦ୍ବାର ଜେଲକୁ ପଠାଇଥିଲେ। ଚୌଦ୍ବାର ଜେଲ କର୍ତ୍ତୃପକ୍ଷ ଗତ ୨୬ତାରିଖ ଦିନ ଶ୍ରୀ ଜାନିଙ୍କୁ କଟକର ଆଚାର୍ଯ୍ୟ ହରିହର କକର୍ଟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଆଜି ପୁଣି ତାଙ୍କୁ କର୍କଟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର