ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପକାରାଗାରରେ ବିଚାରାଧୀନ କଏଦୀ ଶୁକ୍ରାମ ମୁଣ୍ଡା (୨୮)ଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର କେ ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଅଞ୍ଚଳରେ। ସୂଚନା ଅନୁଯାୟୀ, ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ ଖାଦ୍ୟ ମଧ୍ୟ ଖାଇଥିଲେ। କିନ୍ତୁ ତାପରେ ସେ ହଠାତ ଟଳିପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।
ସେଠାରେ ଶୁକ୍ରାମ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ଗୃହକୁ ପଠାଯାଇଛି। ବଣାଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।