ପୁରୀ: ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା କାରାଗାରର ଜଣେ କଏଦୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ମୃତ୍ୟୁବରଣ କରିଛନ୍ତି। ସେ ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନଆଯାଉଥିଲା। ହେଲେ ବାଟରେ ତାଙ୍କର ଜୀବନ ଚାଲିଯାଇଥିଲା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।
ମୃତକ ହେଲେ ପୁରୀ ଜିଲ୍ଲା କଣାସ ବଳାଜିତପୁର ଚାନ୍ଦପଡାର ବିଶ୍ୱନାଥ ବଳିଆରସିଂ(୬୦। ଗଛକଟାକୁ ନେଇ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିଶ୍ୱନାଥ ଜେଲ ଦଣ୍ଡ ଭୋଗୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/puri-hospital-1.jpg)