ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଶନିବାର ଖଡ଼ିଆଳ ସବ୍ଜେଲ୍ରେ ଆଜୀବନ କାରଦଣ୍ଡ ଭୋଗୁଥିବା କଲାହାଣ୍ଡି ମୁନିଗୁଡ଼ା ଗ୍ରାମର ୬୦ ବର୍ଷର ଜଣେ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଯାଇଛି। ସେହିପରି ଖରିଆର ରୋଡ୍ ୱାର୍ଡ ୧୧ରେ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିବବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା କୋଭିଡ୍ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୃ ହୋଇଥିବା ସିଡିଏମ୍ଓ କାଳୀପ୍ରସାଦ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଆଜି ୧୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖଡିଆଳ ବ୍ଲକ୍ରୁ ୫୩ ଜଣ, ସିନାପଲିରେ ୧୩, ନୂଆପଡ଼ା ଡିଏଚ୍ଏଚ୍ରୁ ୧୧, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଖରିଆରରୋଡ୍ରୁ ୧୬, କୋମନା ବ୍ଲକ୍ରୁ ୩୧ ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛି। ଆଜିର ଏହି ୧୨୪ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୪ ହୋଇଛି। ନୂଆପଡ଼ା ଏନଏସିରେ ୧୧ ଜଣ ପଜିଟିଭ ଚହ୍ନଟ ହେବା ପରେ କଣ୍ଟନମେଣ୍ଟ ଅଞ୍ଚଳରୁ କୌଷସି ବ୍ୟକ୍ତି ଯାତାୟାତ ନକରିବାକୁ ନିର୍ଦେଶ ଦିଆଯାଛି। ଜିଲ୍ଲାରେ କିଛି ଦିନ ହେବ ପଜିଟିଭ୍ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଏନ୍ଏସି ପକ୍ଷରୁ ମୃତକ ଦ୍ବୟଙ୍କ ଅନ୍ତିମ ସଂସ୍କାର କରାଯାଇଛି।
ନୂଆପଡ଼ା: କରୋନାରେ କଏଦୀ ମୃତ, ୧୨୪ ପଜିଟିଭ୍ ଚିହ୍ନଟ
/sambad/media/post_attachments/wp-content/uploads/2020/07/dead-cc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)