ପାରାଦୀପ: ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରୁ ଫେରାର ଥିବା ଦୁଷ୍କର୍ମ ମାମଲାର ବିଚାରାଧୀନ ବନ୍ଦୀର ଉନ୍ମତ୍ତ କାଣ୍ଡ। ବାଲିକୁଦା ଗଦେଇଗିରି ଗାଁରେ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ନିଜ ଆଈଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2023/08/9eb3d5d6-fbad-4ff7-b7b7-65ce7e66709e.jpg)
ଏହି ଆକ୍ରମଣରେ ନାବାଳିକାଙ୍କ ମା ଓ ଅନ୍ୟ ଜଣେ ପଡ଼ୋଶୀ ମହିଳା ଏବଂ ତାଙ୍କ ୬ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଥିଲେ। ସେମାନଙ୍କୁ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ୨୦୨୦ରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜୀବନ ଜ୍ୟୋତି ସାହୁ ଗିରଫ ହୋଇ ଆଳିପିଙ୍ଗଳ ଜେଲରେ ଥିଲା। ତେବେ ୨୦୨୨ ଏପ୍ରିଲରୁ ସେ ଫେରାର ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rapist-Killed-His-Grandmother_Thumbnail.jpg)