ଡରର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ଆଜି ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ବୈଠକ ସରିଲା ପରେ ଘୋଷଣା ହୋଇପାରେ ଓଡ଼ିଶାର ପାଖାପାଖି ୧୦୦ ବିଧାନସଭା ଆସନ। ଏନେଇ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି ‘‘ ଦିନେ ବା ଦୁଇ ଦିନ ଭିତରେ ଆସିପାରେ ପ୍ରାର୍ଥୀ ତାଲିକା। ସବୁ ଆସନ ଉପରେ ତର୍ଜମା ଓ ସମୀକ୍ଷା ସରିଛି। କେବଳ କେନ୍ଦ୍ରୀୟ ନିର୍ବାଚନ କମିଟିର ମୋହର ବାଜିବା ବାକି ଅଛି। ସର୍ଭେ ରିପୋର୍ଟ, ଗ୍ରାଉଣ୍ଡ ସ୍ଥିତିକୁ ଆଧାର କରି ୧୦୦ ପ୍ରତିଶତ ବିଜୟ ସମ୍ଭାବନାକୁ ଆଖି ଆଗରେ ରଖି ପ୍ରାର୍ଥୀ ଘୋଷଣା କରିବ ବିଜେପି। ସେହି ଅନୁସାରେ ପ୍ରସ୍ତୁତ ହେଉଛି ପ୍ରାର୍ଥୀ ତାଲିକା।’’

ବିଜେଡ଼ି ପୁରୁଣା ପ୍ରାର୍ଥୀଙ୍କୁ ପୁଣି ଥରେ ସୁଯୋଗ ମିଳିବାକୁ ନେଇ ପ୍ରତିକ୍ରିୟାରେ ବିଜେପିର ଏହି ବରିଷ୍ଠ ନେତା କହିଛନ୍ତି, ‘‘ପ୍ରଥମ ଥର ପାଇଁ ବିଜେଡ଼ି ମନରେ ହାରିବାର ଡର ପଶିଛି। ତେଣୁ ଅନେକ ଜାଗାରେ ବାଧ୍ୟ ବାଧକତାରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି। ଯେଉଁମାନଙ୍କୁ ଦିନେ ଦାଗି ବୋଲି କହି ତାଙ୍କ ଦଳରୁ ଏବଂ ସରକାରରୁ ଦୂରେଇ ଦେଇଥିଲା, ସେମାନଙ୍କୁ ବାଧ୍ୟ ହୋଇ ଆଉ ଥରେ ଦଳ ତରଫରୁ ପ୍ରତିନିଧିତ୍ଵ କରିବା ପାଇଁ ସୁଯୋଗ ଦେଇଛି। ତେଣୁ ସେ ଡରର ପ୍ରତିଫଳନ ନିର୍ବାଚନରେ ଦେଖିବାକୁ ମିଳିବ।’’

ସମ୍ବନ୍ଧିତ ଖବର