ପୁରୀ: ବେଗୁନିଆ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ଦଳ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବାପରେ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀ ପଟ୍ଟନାୟକ ୨୦୨୪ରେ ପ୍ରଥମକରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Advertisment

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ଦୁଇବର୍ଷହେବ ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଗୁନିଆ ଓ ବୋଲଗଡ଼ରେ କଂଗ୍ରେସ ସଂଗଠନକୁ ସଜାଡ଼ିବା ସହ ପୁରୁଣା କର୍ମୀମାନଙ୍କୁ ନେଇ ଆଗକୁ ବଢ଼ୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ସେ ୬ଟି ଜୋନ୍‌ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥ ମଧ୍ୟ ଦେଇଥିଲେ। ସେବେଠାରୁ ସେ ଘର ଘର ବୁଲି ଲୋକମାନଙ୍କୁ ଭେଟି ସୁବିଧା ଅସୁବିଧା ବୁଝି ସହଯୋଗର ହାତ ବଢ଼ାଉଛନ୍ତି । ତେଣୁ କଂଗ୍ରେସକୁ ଭୋଟ୍‌ଦେଇ ଜୟଯୁକ୍ତ କରାଇବେ ବୋଲି ତାଙ୍କର ବିଶ୍ବାସ ରହିଥିବା ସେ କହିଛନ୍ତି।