ଭୁବନେଶ୍ବର : ପଛୁଆ ବର୍ଗ ବିଲ୍କୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ମନ୍ତବ୍ୟ ଦେବା ପରେ ବିଜେଡି ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଶ୍ରୀ ହରିଚନ୍ଦନ ଏନେଇ ପଛୁଆ ବର୍ଗଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛି।
ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ, ଶ୍ରୀ ହରିଚନ୍ଦନ ଓଡ଼ିଶା ବିଧାନସଭାର ସଦସ୍ୟ ହୋଇନଥିବାରୁ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ (ସଂଶୋଧନ) ବିଲ୍କୁ ବିଜେପି ସମେତ ଓଡିଶା ବିଧାନସଭାର ସମସ୍ତ ରାଜନୈତିକ ଦଳ ଫେବ୍ରୁଆରି, ୨୦୨୦ରେ ବିଧାନସଭାରେ ସମର୍ଥନ କରିଥିବା ଜାଣିନାହାନ୍ତି। ତାଙ୍କର ଏଭଳି ବିବୃତ୍ତି ଆଜି ଓଡ଼ିଶା ବିଜେପି ଓ ଏହାର ପଛୁଆ ବର୍ଗ ବିରୋଧୀ ମନୋଭାବକୁ ପଦାରେ ପକାଇ ଦେଇଛି। ୨୦୨୦ ମସିହାରେ ପଛୁଆ ବର୍ଗଙ୍କ ଗଣନା ପାଇଁ ଓଡ଼ିଶା ବିଜେପି ଏହି ବିଲ୍ ପାରିତ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସମର୍ଥନ କରିଥିବାବେଳେ ଆଜି ପଛୁଆ ବର୍ଗଙ୍କ ସ୍ବାର୍ଥ ବିରୁଦ୍ଧରେ ଓଡ଼ିଶା ବିଜେପିର ଏଭଳି ପରିବର୍ତ୍ତନ ଅତ୍ୟନ୍ତ ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାହୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Prithviraj-Harichandan.jpg)