ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ, ୨୦୨୧ରେ ଇତିହାସ ରଚିପାରେ

ଲଣ୍ଡନ/ଭୁବନେଶ୍ୱର: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ପ୍ରୀତିମାଧବ ପାଢ଼ୀ ନିଜ କମ୍ପାନୀ କଗନିନୋକୁ ଆରମ୍ଭ କରିଥିଲେ | ଆଉ ବିଶ୍ୱର ସର୍ବଶ୍ରେଷ୍ଠ ଟେକ୍ନୋଲୋଜି କମ୍ପାନୀ ତାଲିକାରେ ଏବେ ପ୍ରୀତିମାଧବଙ୍କ କମ୍ପାନୀ ସ୍ଥାନ ପାଇଛି |

ବର୍ତ୍ତମାନ ଯେଉଁ ସଫ୍ଟୱେୟାର ନିର୍ମାଣ ଚାଲିଛି ଏବେ ନିଜସ୍ୱ ସଫ୍ଟୱେୟାର ଶିଖିପାରିବ | କଗନିନୋ ହେଉଛି ଏକ ଲଣ୍ଡନ ଭିତ୍ତିକ ଷ୍ଟାର୍ଟଅପ୍ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କାର୍ଯ୍ୟ କରିଥାଏ | ଅର୍ଥାତ ଏହି ଷ୍ଟାର୍ଟଅପ ନିଜସ୍ୱ ଜ୍ଞାନକୌଶଳରେ ବିଚାର କରିବାର କ୍ଷମତା ରଖିଥାଏ | ସୂଚନା ଥାଉ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସାରା ବିଶ୍ୱର ଆମେରିକା ସାନଫ୍ରାନସିସ୍କୋରେ ଅଧିକ ଷ୍ଟାର୍ଟଅପ ନିର୍ମାଣ କରାଯାଉଥିବାବେଳେ ଏହା ପଛକୁ ଲଣ୍ଡନ ରହିଛି |

ତୃତୀୟ ସ୍ଥାନରେ ନ୍ୟୁୟର୍କ ରହିଛି | ଆଉ ଫୋର୍ବସର ଆକଳନ ମୁତାବକ ୨୦୨୧ ମସିହାରେ ଏହି ସବୁ ଷ୍ଟାର୍ଟଅପକୁ ବହୁ ସଂଖ୍ୟାରେ ଲୋକ ବ୍ୟବହାର କରିବେ |

ସମ୍ବନ୍ଧିତ ଖବର