ଭୁବନେଶ୍ବର: ରାଜଧାନୀର ବରମୁଣ୍ଡା ନିକଟରେ ଏକ ଘରୋଇ ବସ ଜଳିଯାଇଥିବାର ଖବର ମିଳିଛି। ଆଜି ଭୋରରୁ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଥିବା ସୂଚନା ରହିଛି। ଭାରସାମ୍ୟ ହରାଇ ବସଟି ବ୍ରିଜର ବାଡାରେ ବାଡେଇ ହୋଇଥିଲା। ଏହାଫଳରେ ବସରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ବସଟି ଜଳି ପୁରା ନଷ୍ଟ ହୋଇଯାଇଛି।
‘ଲଳିତା’ ନାମକ ଏହି ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା। ବସରେ ୨୫ ଯାତ୍ରୀ ଥିବା ଜଣା ପଡ଼ିଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/0b1de182-dae3-4190-9916-2897af4a1c8c.jpg)