ଘରୋଇ ବସ୍ ମାଲିକ ସଂଘ ସଭାପତିଙ୍କ ପରଲୋକ

ଭୁବନେଶ୍ବର : ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଆଜି ସଂଧ୍ୟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଗତ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଝିଅ, ପରିବାରବର୍ଗଙ୍କ ସମେତ ଘରୋଇ ବସ୍ ମାଲିକ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ସଂଘର ପ୍ରତିଷ୍ଠା ହେବା ଦିନଠାରୁ ସ୍ବର୍ଗତ ମିଶ୍ର ଏହାର ସଭାପତି ରହି ଆସି‌ଥିଲେ। ତାଙ୍କ ମୃତ୍ୟୁରେ ସଂଘର କର୍ମକର୍ତାଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର