ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବନି ୧୫,୦୦୦ରୁ ଅଧିକ ଘରୋଇ ବସ୍‌

ପ୍ରଭାବିତ ହେବେ ସାଧାରଣ ନାଗରିକ

ଭୁବନେଶ୍ୱର: ରାଜ୍ୟର ଘରୋଇ ବସ୍‌ ମାଲିକମାନେ ପୁଣି ଥରେ ଏକାଠି ହୋଇଛନ୍ତି। ବିଭିନ୍ନ ଦାବି ନେଇ ସେମାନେ ରାଜ୍ୟର ରାସ୍ତା ଗୁଡ଼ିକରେ ଚଳାଚଳ କରୁଥିବା ୧୫୦୦୦ରୁ ଅଧିକ ବସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ହଜାର ହଜାର ସଂଖ୍ୟାରେ ଯାତ୍ରୀ ପ୍ରଭାବିତ ହେବେ। ସିଟିବସ୍‌ ଚଳାଚଳ ନେଇ ରୁଟ୍‌ ନିର୍ଦ୍ଧାରଣ, ପ୍ରଚଳିତ ମୋଟର ଭେଇକିଲ ଟିକସ ବ୍ୟବସ୍ଥାକୁ ବିରୋଧ ଓ ଘରୋଇ ବସ୍‌ଠାରୁ ଟୋଲ୍‌ ଫି ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ ଦାବି ହୋଇଛି।

ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ । ୩ ଦଫା ଦାବି ନେଇ ଧର୍ମଘଟ ରୋକିବା ପାଇଁ ଆଜି ପରିବହନ ମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକିଥିଲେ । କିନ୍ତୁ ଆଲୋଚନା କୌଣସି ନିଷ୍କର୍ସ ନ ବାହାରିବାରୁ କାଲି ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ମୁଖ୍ୟତଃ ସିଟି ବସ୍ ଗୁଡିକ ସହର ମଧ୍ୟରେ ଚଳାଚଳ କରିବା, ଟୋଲଗେଟ୍ ଗୁଡିକରୁ ଯାତ୍ରୀବାହି ବସ୍ ଦେୟ ମୁକ୍ତ କରିବା ଏବଂ ରୋଡ୍ ଟ୍ୟାକ୍ସ କମାଇବା ପାଇଁ ଦାବି କରି ଧର୍ମଘଟ ଡାକରା ଦେଇଛି ସଂଘ ।

ଉଲ୍ଲେଖ ଥାଉକି, ଦୀର୍ଘ ଦିନ ଧରି ହେଉଥିବା ଦାବିଗୁଡ଼ିକ ପୂରଣ ପାଇଁ ପୂର୍ବରୁ ସଂଘ ମାର୍ଚ୍ଚ ୧୪ ତାରିଖ କଣ୍ଟ ରଖିଥିଲା । ଏହି ତାରିଖ ପୂର୍ବରୁ ଦାବି ପୂରଣ ନ ହେଲେ ୧୪ ତାରିଖ ପୂର୍ବାହ୍ନରୁ ସାରା ରାଜ୍ୟରେ ୧୭ ହଜାର ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ରୋକ୍ ଠୋକ୍ ମଧ୍ୟ ଶୁଣାଇ ଥିଲା । ମାତ୍ର ଧର୍ମଘଟ ରୋକିବା ପାଇଁ ଆଜି ପରିବହନ ମନ୍ତ୍ରୀ ଆଲୋଚନା କରିବା ପାଇଁ ଡାକିଥିଲେ । କିନ୍ତୁ ଆଲୋଚନା କୌଣସି ନିଷ୍କର୍ସ ନବାହାରିବାରୁ କାଲି ଧର୍ମଘଟ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । କିନ୍ତୁ ଦାବି ପୂରଣ ନେଇ ସରକାର ପଦକ୍ଷେପ ନେଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୪ ତାରିଖ ପୂର୍ବରୁ ସରକାର ଦାବି ମାନି ନ ନେଲେ ବସ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସଂଘର ଦୃଢ ଚେତାବନୀ ଦେଇଥିଲା ।

ସେହିପରି ବସ୍ ଗୁଡ଼ିକ ଉପରେ ବର୍ଦ୍ଧିତ ବୀମା ରାଶି ଉପରେ କେନ୍ଦ୍ର ସରକାରଙ୍କୁ ବୀମା ରାଶି କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରିବା ଉପରେ ମଧ୍ୟ ପୂର୍ବରୁ ଆଲୋଚନା ହୋଇଥିଲା । ଏହାସହ ବେଆଇନଭାବେ ଚଳାଚଳ କରୁଥିବା ଓ ଯାତ୍ରୀମାନଙ୍କୁ ବେଆଇନଭାବେ ପରିବହନ କରୁଥିବା ଛୋଟ ଗାଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଯାତ୍ରୀବାହୀ ବସ୍ ପରମିଟ୍ ମାଲିକାନା ପରିବର୍ତନ ପ୍ରସ୍ତାବ ଦୀର୍ଘଦିନରୁ ପାରିତ ହେବାକୁ ଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟର ବିଭିନ୍ନ ମାର୍ଗରେ ନୂତନ ପରମିଟ୍ ପୂର୍ବରୁ ଏହି ମାର୍ଗରେ ସନ୍ତୁଳିତ ସମୟସାରଣୀ ନିର୍ଧାରଣ କରିବା ପରେ ନୂତନ ପରମିଟ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯିବାକୁ ସଂଘର ଦାବି ରହିଛି ।

ସମ୍ବନ୍ଧିତ ଖବର