ସମ୍ବଲପୁର : ଆସନ୍ତା ୧୪ ମାର୍ଚରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ କରିବାକୁ ସମ୍ବଲପୁରରେ ଅନୁଷ୍ଠିତ ରାଜ୍ୟ ବସ୍ ମାଲିକ୍ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗତ ଅକ୍ଟୋବର ମାସରେ ୧୧ ଦଫା ଦାବି ନେଇ ଆନ୍ଦୋଳନ ଡାକାରା ଦିଆଯାଇଥିଲା। କିନ୍ତୁ ସରକାର ଆଲୋଚନା ମାଧ୍ୟମରେ କିଛି ଦାବି ଗ୍ରହଣ କରିଥିଲେହେଁ ପ୍ରମୁଖ ୪ଟି ଦାବିକୁ ଅଣଦେଖା କରିଥିଲେ।
ସରକାର ସିଟି ବସ୍ ଚଳାଚଳ ଆଳରେ ସହର ବାହାର ଅଂଚଳରେ ଠିକାଦାରମାନଙ୍କ ଜରିଆରେ ବସ୍ ଚଳାଚଳ ପାଇଁ ପ୍ରୋତ୍ସାହନ ଦେଉଛନ୍ତି। ଅପରପକ୍ଷରେ ଘରୋଇ ପରିବହନ ସେବା ଯୋଗାଇ ଦେଇଆସୁଥିବା ଘରୋଇ ଉଦ୍ୟୋଗୀ ମାରଣ ନୀତି ଆପଣେଇଛନ୍ତିି। ଏହାକୁ ନେଇ ରାଜ୍ୟ ବସ୍ ମାଲିକ୍ ସଂଘର ସାଧାରଣ ପରିଷଦ ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରାଜ୍ୟର ପ୍ରମୁଖ ରାସ୍ତାମାନଙ୍କରେ ସ୍ଥାପିତ ହୋଇଥିବା ଟୋଲ୍ଗେଟ୍ଗୁଡ଼ିକରେ ଯାତ୍ରୀବାହୀ ବସ୍ଗୁଡ଼ିକରୁ ଟିକସ ଆଦାୟ ବନ୍ଦ କରିବାକୁ ଦାବି କରାଯାଇଥିଲା। ସାଧାରଣ ଜନତାଙ୍କୁ ଅଧିକ ଯାତ୍ରୀଭଡ଼ା ବୋଝରୁ ମୁକ୍ତ କରିବାକୁ ବୈଠକରେ ଦାବି ଉପସ୍ଥାପନ କରାଯାଇଥିଲା। ମୋଟରଯାନ ଟିକସ ବୃଦ୍ଧିକୁ ସନ୍ତୁଳିତ ଭାବରେ କମାଇବା ପାଇଁ ସରକାର ପୂର୍ବରୁ ଦେଇଥିବା ପ୍ରତୁଶ୍ରୁତି କାର୍ଯ୍ୟକାରୀ କରିନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2018/02/SBPHO9-SB-3687-1-300x135.jpg)
ଯାତ୍ରୀବାହୀ ଯାନ ପରମିଟ ମାଲିକାନା ପରିବର୍ତନ ପ୍ରସ୍ତାବ ବହୁ ଦିନରୁ ପାରିତ ହୋଇଥିଲେହେଁ ଟାଳଟୁଳ ନୀତି ଅବମ୍ବଳନ କରାଯାଇଛି। ରାଜ୍ୟ ସରକାର ତୁରନ୍ତ ନିଜ ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଦାବି ହୋଇଥିଲା। ଦାବି ପୂରଣ ନେଇ ସରକାର ଟାଳଟୁଳ ନୀତି ଅବଳମ୍ବନ କଲେ, ଆସନ୍ତା ୧୪ ମାର୍ଚରୁ ସାରା ରାଜ୍ୟରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ସମ୍ବଲପୁର ବସ୍ ମାଲିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ବୈଠକ ରାଜ୍ୟ ସଂଘର ସଭାପତି ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣି, ସହ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/bus.jpg)