ଘରୋଇ ବସ୍ ମାଲିକ ସଂଘର ଚେତାବନୀ : ଦୁଷ୍କର୍ମ ମାମଲାରେ ବସ୍ ପରମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର କର, ନ ହେଲେ ଆସନ୍ତା ୧୨ରୁ ଗଡ଼ିବନି ବସ୍

ଭୁବନେଶ୍ବର: ପୁରୀରେ ବସ୍ ଭିତରେ ନାବାଳିକା ଦୁଷ୍କର୍ମ ମାମଲାରେ ପରିବହନ ବିଭାଗ ଉକ୍ତ ବସର ପରିମିଟ୍ ବାତିଲ କରିବା ପରେ ତାତି ଉଠିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ୍ ପରମିଟ୍ ରଦ୍ଦ ଆଦେଶ ପ୍ରତ୍ୟାହାର  ନ ହେଲେ ଆସନ୍ତା ୧୨ ତାରିଖରୁ ବସ୍ ଚଳାଚଳ ବନ୍ଦ କରିବାକୁ ଚେତାବନୀ ଦେଇଛି ବସ୍ ମାଲିକ ସଂଘ।

ଏହାପୂର୍ବରୁ ପୁରୀ ଶରଧାବାଲି ବସଷ୍ଟାଣ୍ଡରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ହେଲପର୍ ନାରାୟଣ ମଲ୍ଲିକକୁ ଗିରଫ କରି ତା’ ବିରୋଧରେ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିବା ବେଳେ ରାଜ୍ୟ ପରିବହନ ବିଭାଗ ମଧ୍ୟ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଯେଉଁ ବସରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା, ସେ ବସର  ରୁଟ୍ ପରମିଟକୁ ବାତିଲ କରିବା ସହ ବସ୍ ଚାଳକ ରମେଶ ପଲାଇ ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା । ଏହାସହ ବସର ମାଲିକ ବିଭୂତି ଭୂଷଣ ଛୋଟରାୟଙ୍କୁ କାହିଁକି ବସ୍ ଚଳାଚଳ ପାଇଁ ସ୍ଥାୟୀ ପରମିଟ ରଦ୍ଦ କରା ନ ଯିବ, ସେଥିପାଇଁ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର