ଭୁବନେଶ୍ବର : ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ୧୬ତମ ରାଜ୍ୟସ୍ତରୀୟ ସମ୍ମିଳନୀ ବ୍ରହ୍ମପୁରସ୍ଥିତ ଡାଇମଣ୍ଡ ଜୁବିଲି ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଶରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଭାପତି ଶରତ ପାଣିଗ୍ରାହୀ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଦାବି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆସନ୍ତା ତିନି ବର୍ଷ ପାଇଁ ଶରତ ପାଣିଗ୍ରାହୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ଚିତ୍ତ ମହାପାତ୍ର, ସଙ୍ଗଠନ ସମ୍ପାଦକ ଭାବେ ମଦନ ମହଲ୍ଲା, କାର୍ଯ୍ୟକାରୀ ସଭାପତି ଭାବେ ଶିବ ପ୍ରସାଦ ତ୍ରିପାଠୀ, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ନଟବର ଗିରି, ଉପ ସଭାପତି ଭାବେ ଦେବ ପ୍ରସାଦ ମହାପାତ୍ର, ପ୍ରଦ୍ୟୁମ୍ନ ସ୍ବାଇଁ, ନବୀନ ମହାନ୍ତି, ରବି ପାଣିଗ୍ରାହୀ ରଞ୍ଜନ କୁମାର ପଣ୍ଡା, ଚିତ୍ତରଞ୍ଜନ ନାୟକ, ବିନୟ ଖିଲାର ପ୍ରମୁଖ ନିର୍ବାଚନ ହୋଇଛନ୍ତି।
ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ସମ୍ମିଳନୀ
/sambad/media/post_attachments/wp-content/uploads/2018/12/m-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)