ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ସମ୍ମିଳନୀରେ ୧୦ରେ

ଭୁବନେଶ୍ୱର : ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ୧୫ତମ ରାଜ୍ୟସ୍ତରୀୟ ସମ୍ମିଳନୀ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ‘ଉଚ୍ଚଶିକ୍ଷାର ସ୍ଥିତି, ଭବିଷ୍ୟତ ଓ ଆହ୍ଵାନ’ ନେଇ ଆଲୋଚନା କରାଯିବ। ଏଥିସହ ଅଧ୍ୟାପକଙ୍କ ଅବସର ବୟସ ସୀମା ୬୨ ବର୍ଷକୁୁ ବୃଦ୍ଧିି, ସରକାରୀ କର୍ମଚାରୀ ପାଉଥିବା ଗ୍ରାଚୁଇଟି, ଛୁଟି, ପେନ୍‌ସନ ପରି ବ୍ୟବସ୍ଥା ଲାଗୁ, ୭ମ ବେତନ କମିସନ ଓ ଏମ୍‌ଏସିପି ତୁରନ୍ତ କାର୍ଯ୍ୟକାରୀ, ବ୍ଲକଗ୍ରାଣ୍ଟ ଅଧ୍ୟାପକଙ୍କୁ ପେନ୍‌ସନ୍‌ ତଥା ଚାକିରି ସର୍ତ୍ତାବଳୀ ପ୍ର୍ରଦାନ, ୟୁଜିସି ଦରମାର ସମ୍ପ୍ରସାରଣ, ୨୦୧୭ ସୁଦ୍ଧା ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରିବା ପରି ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ସମ୍ମିଳନୀରେ ଯୋଗଦେବା ଲାଗି ମନ୍ତ୍ରୀ, ବିଧାୟକ, ଶିକ୍ଷାବିତ୍‌ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସମ୍ମିଳନୀକୁ ସଫଳ କରିବା ଲାଗି ବହୁ ସଂଖ୍ୟାରେ ଅଧ୍ୟାପକ, କର୍ମଚାରୀ ଯୋଗଦେବାକୁ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର