୨୫ ଲକ୍ଷ ନେଇ କର୍ମଚାରୀ ଚମ୍ପଟ, ଥାନାରେ ମାମଲା

କୋରାପୁଟ: ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପୁରା ୨୫ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛି ପଶ୍ଚିମବଙ୍ଗର ଯୁବକ କୁମାର ମଣ୍ଡଳ(ଛଦ୍ମନାମ)। କୋରାପୁଟ ଜିଲ୍ଲାର ବ୍ୟବସାୟୀ ଲିଙ୍ଗରାଜ ବେହେରାଙ୍କ ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ନେଇ ପଶ୍ଚିମବଙ୍ଗକୁ ଚମ୍ପଟ ମାରିଥିବାବେଳେ କୋରାପୁଟ ଟାଉନ ଥାନରେ ୧୪୮/୨୨ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ଅଭିଯୁକ୍ତ ଓ ଲିଙ୍ଗା ବେହେରାଙ୍କର ମୋବାଇଲ ନମ୍ବର ସିଡିଆର ଆଣି ଯାଞ୍ଚ କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଲିଙ୍ଗରାଜ ବେହେରାଙ୍କ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରୁଥିଲେ କୁମାର। ଗତ ତିନମାସ ହେବ ସେ ଲିଙ୍ଗରାଜଙ୍କର ସବୁ ଆୟବ୍ୟୟ ସହ ଏକାଧିକ ବ୍ୟାଙ୍କ ଆକାଉଣ୍ଟର ଦେଣନେଣ ବୁଝାବୁଝି କରୁଥିଲେ। ହଠାତ ଶୁକ୍ରବାର ଦିନ କୁମାରଙ୍କର କୌଣସି ଖୋଜ ଖବର ମିଳି ନ ଥିଲା। କିନ୍ତୁ ଲିଙ୍ଗରାଜଙ୍କର ଆକାଉଣ୍ଟରୁ ୨୫ ଲକ୍ଷ ଟଙ୍କା ଗାୟବ ହୋଇଯାଇଥିଲା। ଏନେଇ ଟାଉନ ଥାନାରେ ମୌଖିକ ଅଭିଯୋଗ କରିଥିଲେ। ତାଙ୍କୁ ଧରିବାକୁ ପୁଲିସକୁ ଫୋନ ଲୋକେସନ ମାଗିଥିଲେ। ଲୋକେସନକୁ ଭିତ୍ତି କରି ସୁଙ୍କି ସହ ଏହାର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା। ହେଲେ କିଛି ସୁରାକ ମିଳି ନଥିଲା। ଲିଙ୍ଗରାଜଙ୍କର ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା କରିଥିଲା। ପୁଲିସ ବ୍ୟାଙ୍କକୁ ତଥ୍ୟ ମାଗିଥିବାବେଳେ ବିଭିନ୍ନ ଦିଗକୁ ଦେଖି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର