ଆମ୍ବୁଲାନ୍ସରେ ଜରୁରୀ ଉପକରଣ ଲଗାଇ ଦେବାକୁ କହି ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଘରୋଇ ସଂସ୍ଥାର ଉପସଭାପତି ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅନେକ ଲୋକ ବିନା ପରିଶ୍ରମ ଓ କମ ସମୟରେ କୋଟିପତି ହେବାର ଲକ୍ଷ୍ୟ ନେଇ ଅନ୍ୟମାନଙ୍କୁ ଠିକିବା ଓ ଲୁଟ୍‌ କରୁଛନ୍ତି। ପୁଲିସ ଏଭଳି ଠକମାନଙ୍କ କାରନାମା ମଧ୍ୟରୁ କିଛି ପର୍ଦ୍ଦାଫାସ କରିପାରୁଛନ୍ତି। କିନ୍ତୁ ଅନେକ ପୁଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନର ପରିସୀମା ଭିତରକୁ ଆସିପାରୁ ନାହାନ୍ତି। କମିସନରେଟ୍‌ ପୁଲିସ ଭୁବନେଶ୍ବରରୁ ପୁଣି ଜଣେ ବଡ଼ ଠକକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲେ ଦେବେନ୍ଦ୍ର ଗେରା।

ସୂଚନା ଅନୁସାରେ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଫନା ହେଲଥ କେଆର ପ୍ରାଇଭେଟ୍ ଲିମିଟେଡର ଉପସଭାପତି (ଭାଇସ ପ୍ରେସିଡେଣ୍ଟ)  ଦେବେନ୍ଦ୍ର ଗେରାଙ୍କୁ ପୁଲିସ ଗିରଫ କରିଛି। ସେ ବିଭିନ୍ନ ହସ୍ପିଟାଲକୁ ଟାର୍ଗେଟ କରି ଠକୁଥିବା ପୁଲିସର ତଦନ୍ତରୁ ଜଣାପଡ଼ିଛି। କୋଭିଡ-୧୯ ସମୟରେ ୭ଟି ଆମ୍ବୁଲାନ୍ସରେ ସମସ୍ତ ଜରୁରୀ ଉପକରଣ ଲଗାଇ ଦେବାକୁ ସୋଆ ସହ ଚୁକ୍ତି କରିଥିଲା ଏହି କମ୍ପାନି। ଏଥି ପାଇଁ ୯୨.୬୦,୨୮୦ ଟଙ୍କାରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। ହେଲେ ଉକ୍ତ କମ୍ପାନି ୭୦,୭୪,୯୩୦ ଟଙ୍କାର କାମ କରିଥିବା ବେଳେ ୨୧, ୮୫,୩୫୦ ଟଙ୍କାର କାମ କରି ନ ଥିଲା। ଯେଉଁ ଉପକରଣ ମଧ୍ୟ ଲଗାଯାଇଥିଲା ତାହା ମଧ୍ୟ ନିମ୍ନ ମାନର ଥିଲା। ଏଥି ସହ ନିର୍ଦ୍ଧାରିତ ଚୁକ୍ତି ଅନୁସାରେ ସମସ୍ତ ଉପକରଣ ମଧ୍ୟ ଲଗାଯାଇନଥିଲା। ଏନେଇ ସୋଆ ପକ୍ଷରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ସଂସ୍ଥା ନାରେ ପୂର୍ବରୁ ଇନ୍ଫୋସିଟି ଥାନାରେ ୪୭,୪୯,୩୯୪ ଟଙ୍କାର ଠକେଇ ଅଭିଯୋଗ ରହିଥିଲା।

ସମ୍ବନ୍ଧିତ ଖବର