ଭୁବନେଶ୍ୱର: ଘରୋଇ ହସ୍ପିଟାଲମାନେ ହେଉଛନ୍ତି ଆମ ରାଜ୍ୟ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ | ତେଣୁ କରୋନା ଚିକିତ୍ସାରେ ମଧ୍ୟ ସରକାରଙ୍କ ଗାଇଡଲାଇନ ମାନି କାମ କରିବା ଉଚିତ | ବେସରକାରୀ ମେଡିକାଲକୁ କିଛି ଏଭଳି କଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ | କରୋନା ମୁକାବିଲାକୁ ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଗାଇଡଲାଇନ ଅନୁସାରେ ବେସରକାରୀ ହସ୍ପିଟାଲରେ ସ୍ୱତନ୍ତ୍ର ଫ୍ଲୁ କର୍ଣ୍ଣର ବା କରୋନା କର୍ଣ୍ଣର ରହିବ |
ଥଣ୍ଡା, କାଶ ଲକ୍ଷଣ ଥିବା କୌଣସି ରୋଗୀ ଯଦି ହସ୍ପିଟାଲରେ ପହଂଚିବେ ସେହି ଫ୍ଲୁ କର୍ଣ୍ଣରରେ ରଖି ଚିକିତ୍ସା କରାଯିବ | ସେମାନଙ୍କୁ ଅନ୍ୟ ରୋଗୀଙ୍କ ସହ ମିଶାଇଦିଆଯିବ ନାହିଁ | ଥଣ୍ଡା, କାଶ ଲକ୍ଷଣ ଥିବା କୌଣସି ରୋଗୀ ଆସିବା ମାତ୍ରେ ବେସରକାରୀ ହସ୍ପିଟାଲ ରାଜ୍ୟ ସରକାରଙ୍କୁ ସୂଚିତ କରାଇବେ |
/sambad/media/post_attachments/wp-content/uploads/2020/04/EU-6pxSUEAUOQsA-1.png)
ରାଜ୍ୟ ସରକାର ବେସରକାରୀ ହସ୍ପିଟାଲଙ୍କ ପାଇଁ ଯେଉଁ ଗାଇଡଲାଇନ ନିର୍ଦ୍ଧାରଣ କରିଛନ୍ତି ତାହାକୁ ମାନି ଚଳିବା ପାଇଁ ବାଧ୍ୟ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି | ଯେହେତୁ କରୋନା ଏକ ସଂକ୍ରମଣଶୀଳ ରୋଗ ତେଣୁ କରୋନା ରୋଗୀ ଯେଭଳି ସାଧାରଣ ରୋଗୀଙ୍କ ସଂସ୍ପର୍ଶରେ ନ ଆସିବେ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି | କୋଭିଡ୍ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଜରୁରୀ । ୭ଟି ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରାଯାଇଛି । ଘରୋଇ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହୋଇପାରିବେନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/sum-hospital-bhubaneswar-bhubaneshwar-hospitals-2mh6g1y.jpg)