ହେପାଟାଇଟିସ୍-ବି ପଜିଟିଭ୍ ରକ୍ତ ନମୁନା ପାଇଁ ଘରୋଇ ସଂସ୍ଥାର ଆବେଦନ

ନିଷ୍ପତ୍ତି ପାଇଁ ବୈଷୟିକ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର : ହେପାଟାଇଟିସ୍-ବି ଡାଏଗ୍ନୋଷ୍ଟିକ୍ କିଟ୍ ପ୍ରସ୍ତୁତ ପାଇଁ ରାଜ୍ୟର ସରକାରୀ, ଘରୋଇ ରକ୍ତଭଣ୍ଡାରରୁ ଏଚ୍‌ବିଏସ୍‌ଏଜି ପଜିଟିଭ୍ ପ୍ଲାଜମା ପାଇଁ ଏକ ଘରୋଇ ସଂସ୍ଥା ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଛି। ସଂସ୍ଥାକୁ ଏଥିପାଇଁ ଅନୁମତି ‌ଦିଆଯିବାକୁ ନେଇ ରାଜ୍ୟ ସରକାର ଏକ ୫ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି।

ଏଡଭି କେମିକାଲ ଲିମିଟେଡ୍‌ ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଛି। ଏହାର ନିରୀକ୍ଷଣ ପାଇଁ ଗଠିତ ହୋଇଥିବା କମିଟିରେ ରାଜ୍ୟ ଭେଷଜ ନିୟନ୍ତ୍ରକ ସଦସ୍ୟ ଆବାହକ ରହିଛି। ଏହାସହ ଡିଏମ୍‌ଇଟି, ସ୍ବାସ୍ଥ୍ୟସେବା ନିର୍ଦେଶକ, ରକ୍ତ ନିରାପତ୍ତା ନିର୍ଦେଶକ ଓ ଏସ୍‌ସିବି ମେଡିକାଲ କଲେଜର ଟ୍ରାନ୍ସଫ୍ୟୁଜନ ମେଡିସିନ୍ ବିଭାଗର ଆସୋସିଏଟ୍‌ ପ୍ରଫେସର ସଦସ୍ୟ ରହିଛନ୍ତି। ତେବେ ପ୍ରତିବର୍ଷ କେତେ ସଂଖ୍ୟକ ହେପାଟାଇଟିସ୍-ବି ପଜିଟିଭ୍ ପ୍ଲାଜମା ଚିହ୍ନଟ ହେଉଛି ତାହାର ସଂଖ୍ୟା ସଂପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର