ଭୁବନେଶ୍ୱର : ଘରୋଇ ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକ ସଚେତନ ହୁଅନ୍ତୁ। ପିଲାଙ୍କୁ ଘରୋଇ ସ୍କୁଲରେ ପଢାଇବା ପୂର୍ବରୁ ବୁଝିନିଅନ୍ତୁ ସ୍କୁଲଟି ଏନଓସି ପାଇଛି ନା ନାହିଁ। ନଚେତ୍ ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇ ପାରେ। ସରକାରୀ ବୃତିରୁ ବାଦ୍ ପଡିପାରେ। ଯେମିତି କେନ୍ଦ୍ରାପଡା ରାଜନଗର ଅଂଚଳର ଜଣେ ମେଧାବି ଛାତ୍ର ନବଦୋୟ ପାଇ ବି ନବୋଦୟ ସ୍କୁଲରେ ନାମ ଲେଖାଇ ପାରିନାହାନ୍ତି।
ଘରୋଇ ସ୍କୁଲରେ ପଢୁଥିବାରୁ ନବୋଦୟ ପାଇ ବି ପଢି ପାରିଲେ ନାହିଁ ମେଧାବି ଛାତ୍ର। ଏନଓସି ପାଇନଥିବା ଘରୋଇ ସ୍କୁଲରେ ପଢୁଥିବାରୁ ଏଭଳି ସମସ୍ୟାର ସମ୍ମୁଖିନ ହୋଇଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ପାନ୍ତୁରୀ ଗାଁର ଦୀପକ ଦାସ। ସାନମୂଳବସନ୍ତ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢୁଥିଲେ ଦୀପକ। ଏହି ସ୍କୁଲଟି ଶିକ୍ଷା ବିଭାଗ ଠାରୁ ଏନଓସି ପାଇନଥିବାରୁ ଦୀପକ ସାର୍ଟିଫିକେଟ୍ ଉପରେ ଦସ୍ତଖତ କରୁନାହାନ୍ତି ବ୍ଲକ ଶିକ୍ଷା ଅଧିକାରୀ କି ଜିଲ୍ଲା ଶିକ୍ଷାଅଧିକାରୀ। ଫଳରେ ସରକାରୀ ନବୋଦୟ ସ୍କୁଲରେ ଦୀପକଙ୍କର ନାମ ଲେଖା ହୋଇପାରିଲା ନାହିଁ।
ଶିକ୍ଷା ବର୍ତମାନ ଏକ ବ୍ୟବସାୟର ମାଧ୍ୟମ ହୋଇଥିବା ବେଳେ କେନ୍ଦ୍ରାପଡାର ରାଜନଗର ଓ ପଟ୍ଟାମୁଣ୍ଡାଇରେ ଛତୁ ଫୁଟାଲା ପରି ବେସରକାରୀ ବିଦ୍ୟାଳୟ ଖୋଲିଛି। ଶିକ୍ଷା ବିଭାଗର ବିନା ଏନଓସିରେ ସ୍କୁଲ ଗୁଡିକ ଖୋଲିଥିଲେ ସୁଦ୍ଧା ପ୍ରଶାସନର ଏହା ଉପରେ କୌଣସି ଲଗାମ ନାହିଁ।
digitallearning.eletsonline.com
ସରକାରୀ ନିୟମ ଅନୁସାରେ କାହାକୁ ମିଳିବ ଶିକ୍ଷା ବିଭାଗର ଏନଓସି
ବିଦ୍ୟାଳୟର ନିଜସ୍ୱ ଶ୍ରେଣୀ ଗୃହ ଥିବ
ସ୍କୁଲ ଚାରିପଟେ ପାଚେରୀ ଥିବ
ଅଲଗା ଶୌଚାଳୟ ଓ ବିଜ୍ଞାନଗାର ରହିବା ଆବଶ୍ୟକ
ଆବଶ୍ୟକୀୟ ତାଲିମପ୍ରାପ୍ତ ଶିକ୍ଷକ ଥିବେ
ଏହି ଭଳି ୨୬ଟି ଭିତ୍ତିଭୂମି ପୂରଣ କରୁଥିବା ବିଦ୍ୟାଳୟକୁ ଶିକ୍ଷା ବିଭାଗ ଏନଓସି ପ୍ରଦାନ କରିଥାନ୍ତି। କିନ୍ତୁ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ମାତ୍ର ୩ରୁ ୪ ଟି ସ୍କୁଲକୁ ଛାଡି ଦେଲେ ଅନ୍ୟକୌଣସି ସ୍କୁଲ ଶିକ୍ଷା ବିଭାଗର ମାନଦଣ୍ଡ ପୂରଣ କରୁନାହାନ୍ତି। ଯାହାର ଫଳ ସ୍ୱରୁପ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ସରକାରୀ ନିୟମକୁ ଫୁ କରି ବେସରକାରୀ ସ୍କୁଲ ପ୍ରତିଷ୍ଠା ହେଉଥିବା ବେଳେ ଏହାର ତାଲିକା ଶିକ୍ଷା ବିଭାଗ ପାଖରେ ନାହିଁ। ଯାହା ସବୁଠାରୁ ବଡ ଦୁଃଖକ ବିଷୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/school-final.jpg)
