ପାରଳାଖେମୁଣ୍ତି : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ୧୯ ଓ ୨୦ ତାରିଖ ଛୁଟି ଘୋଷଣା କରିଥିଲେ। ହେଲେ ଏହି ନିମୟକୁ ଅବମାନନା କରି ଗଜପତି ଜିଲ୍ଲାରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିଥିବା ଦେଖିବାକୁ ମିଳିଛି। ସହରର ମଧ୍ୟଭାଗ ରାଜଦାଣ୍ତରେ ଥିବା ପ୍ରିୟଦର୍ଶିନୀ କନଭେଣ୍ଟ୍ ସ୍କୁଲ୍ କର୍ତ୍ତୃପକ୍ଷ ଆଜି ମଧ୍ୟ ପିଲାଙ୍କୁ ସ୍କୁଲ ଡାକି କ୍ଲାସ୍ କରିଥିଲେ। ସ୍କୁଲ୍ ଆସିଥିବା କିଛି ପିଲାଙ୍କ ସହ ଆଲୋଚନା ବେଳେ ସେମାନେ କହିଛନ୍ତି, ଆମେ ସବୁଦିନ ସ୍କୁଲକୁ ଆସୁଛୁ ଏବଂ କ୍ଲାସ୍ କରି ଫେରୁଛୁ।
ଅନ୍ୟପଟେ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏପ୍ରିଲ୍ ୨୧ରୁ ଖରାଛୁଟି ଘୋଷଣା କରିଛନ୍ତି। ଏଭଳି ସ୍ଥଳେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏହି ନିୟମକୁ ଖାତିର ନକରି ଶିକ୍ଷାନୁଷ୍ଠାନ ଖୋଲିବାକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି। ତେବେ ଘଟଣା ସଂପର୍କରେ ପ୍ରିୟଦର୍ଶିନୀ କନଭେଣ୍ଟ୍ ସ୍କୁଲ ଅଧ୍ୟକ୍ଷ ଏମ୍.ରମେଶ କହିଛନ୍ତି, ଗତକାଲି ରାତିରେ ଛୁଟି ଘୋଷଣା ହୋଇଛି। ତେଣୁ ଅନେକ ପିଲା କିମ୍ବା ଅଭିଭାବକ ଜାଣି ନପାରି ସ୍କୁଲକୁ ଆସି ଯାଇଛନ୍ତି। ତେଣୁ ସେମାନଙ୍କୁ ନଫେରାଇ ରଖା ଯାଇଥିଲା। ସମୟ ହେଲେ ଅଟୋ ଆସି ସେମାନଙ୍କୁ ନେବ।
ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ସିଆର୍ସିସି ଏମ୍.ଉମାପତି ସଂପୃକ୍ତ ସ୍କୁଲକୁ ଯାଇ ସ୍କୁଲର ଛାତ୍ରଛାତ୍ରୀ ଏବଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ତେବେ କାହିଁକି ଏପରି ବ୍ୟତିକ୍ରମ ହେଲା ତାହାର ତଦନ୍ତ କରା ଯାଉଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ଉକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ଏବ˚ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/school-kandhamal.jpg)