ଭୁବନେଶ୍ଵର : ତାଳଚେର ଝିଅ ପ୍ରିୟା ଗଡ଼ନାୟକ ସର୍ବଭାରତୀୟ ଶ୍ରମିକ ସଂଘ (ୟୁଥ୍ ଆଇଏନ୍ଟିୟୁସି)ର ଜାତୀୟ ସାଂଗଠନିକ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ରାଜ୍ୟ କମିଟି, କେନ୍ଦ୍ର କମିଟି ଓ ଇଣ୍ଡଷ୍ଟ୍ରିଆଲ ଫେଡେରେସନ୍ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ତାଙ୍କ ନିଯୁକ୍ତିପତ୍ରରେ ଜାତୀୟ ଅଧ୍ୟକ୍ଷ ସଞ୍ଜୟ ଗାବା ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, କରୋନା ଭୟାବହତାରେ ପ୍ରବାସୀ ଶ୍ରମିକମାନଙ୍କର ଜୀବନଜୀବିକା ଦୁର୍ବିଷହ ହୋଇପଡ଼ିଛି। ବିଶେଷକରି ପ୍ରବାସୀ ଶ୍ରମିକ, ଯାହାକୁ ନେଇ ଦେଶର ଶ୍ରମଶକ୍ତି ଓ ଭବିଷ୍ୟତ ନିର୍ଭର କରୁଛି, ସେମାନଙ୍କୁ ସଂଗଠିତ କରି ଦେଶର ଭବିଷ୍ୟତ ନିର୍ମାଣ ଓ ଯୁବଶକ୍ତିର ଉତ୍ଥାନ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ନିକଟ ଅତୀତରେ ସୁଶ୍ରୀ ଗଡ଼ନାୟକ ଦୁଇଟି ଆନ୍ତର୍ଜାତୀୟ ୱେବିନାର୍ରେ ଭାରତକୁ ପ୍ରତିନିଧିତ୍ଵ କରି ଯୁବ ଶ୍ରମଶକ୍ତି ଉପରେ ସନ୍ଦର୍ଭ ପାଠ କରିଥିଲେ। ସମ୍ପ୍ରତି ସେ ଇଂରାଜୀ ମାସିକ ଖବରକାଗଜ ‘ଆଇୱାଇଏ ନ୍ୟୁଜ୍’ର ଲୋକସଂପର୍କ ଅଧିକାରୀ ପଦରେ ନିଯୁକ୍ତ ଅଛନ୍ତି।
ସର୍ବଭାରତୀୟ ଶ୍ରମିକ ସଂଘର ପ୍ରତିନିଧି ଭାବେ ଓଡ଼ିଆ ଝିଅ ମନୋନୀତ
/sambad/media/post_attachments/wp-content/uploads/2020/09/images-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)