ଶିଶୁ ଅଦଳବଦଳ ଘଟଣାରେ ଅସନ୍ତୋଷ ପ୍ରକାଶ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଶତାଧିକ ମହିଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଥିବା ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲର ଶିଶୁ ବିଭାଗରେ ହୋଇଥିବା ଶିଶୁ ଅଦଳବଦଳ ଘଟଣାକୁ ଆଜି ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିବାର ଖବର ମିଳିଛି। ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିବା ବି ଜଣାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାମାନେ ଭଙ୍ଗାରୁଜା କରିଥିବା ବି ଜଣାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ଆରକ୍ଷୀ ଅଧୀକ୍ଷକ ପହଞ୍ଚିଥିବା ଜଣାଯାଇଛି।

ସୂଚନା ଅନୁସାରେ, ଗତମାସ ୨୬ରେ ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂ’ଙ୍କ ପତ୍ନୀ ରଇବାରି ପିଆରଏମରେଏକ ଶିଶୁପୁତ୍ରକୁ ଜନ୍ମଦେଇଥିଲେ। ଉକ୍ତ ଶିଶୁର ଓଜନ ପ୍ରାୟ ୩କେଜିରୁ ଊର୍ଧ୍ବ ଥିଲା। ଶିଶୁ ଅବସ୍ଥା ଭଲନଥିବାରୁ ତାଙ୍କୁ ଶିଶୁ ବିଭାଗର ଏସ୍ଏନସିୟୁରେ ରଖାଯାଇଥିଲା। ଅନ୍ୟପକ୍ଷରେ ଶ୍ୟାମାଖୁଣ୍ଟା ବ୍ଲକ୍ ପୋଡ଼ାଅସ୍ତିଆ ଅନ୍ତର୍ଗତ ଧାଡ଼ଧୁଡ଼ ଗ୍ରାମର ବ୍ରଜମୋହନ ସିଂଙ୍କ ପତ୍ନୀ ରଇବାରୀ ମଧ୍ୟ ଚଳିତ ମାସ ୪ ତାରିଖରେ ପିଆରଏମରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଦୁଇ ମା’ଙ୍କର ନାମ ସମାନ ଥିବାରୁ ସମସ୍ୟା ଉପୁଜିଛି। ବ୍ରଜମୋହନଙ୍କର ୪ରେ ପୁଅ ହୋଇଥିବାବେଳେ ୫ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଉକ୍ତ ଶିଶୁଟି ମଧ୍ୟ ଏସ୍ଏନସିୟୁରେ ଥିଲା। ମାତ୍ର ଡିସ୍ଚାର୍ଯ ସମୟରେ ବ୍ରଜମୋହନଙ୍କ ଶିଶୁପୁତ୍ରଙ୍କୁ କାର୍ତ୍ତିକଙ୍କୁ ପ୍ରଦାନ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ, ଯେ କାର୍ତ୍ତିକ ଜାଣିଶୁଣି ନିଜ ପୁଅକୁ ଛାଡ଼ି ବ୍ରଜମୋହନଙ୍କ ପୁଅକୁ ନେଇଯାଇଥିଲେ।

ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଏପରି ବେପରୁଆ ଭାବେ କିଛି ଅନୁସନ୍ଧାନ ନକରି ଜଣଙ୍କ ସନ୍ତାନଙ୍କୁ ଅନ୍ୟଜଣଙ୍କୁ ଦେଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସମସ୍ୟା ଉପୁଜିଥିଲା ଯେତେବେଳେ ୨୬ ତାରିଖରେ ଜନ୍ମ ହୋଇଥିବା ଶିଶୁପୁତ୍ରଟି ଗତ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ। ଏସ୍ଏନସିୟୁରେ ଥିବା ଉକ୍ତ ଶିଶୁପୁତ୍ରର ଯୋଗାଯୋଗ ନମ୍ବରରେ କାର୍ତ୍ତିକଙ୍କର ନମ୍ବର ଥିଲା। ତେଣୁ ମୃତ ଶିଶୁପୁତ୍ରକୁ ନେଇଯିବାକୁ କାର୍ତ୍ତିକଙ୍କୁ ଶିଶୁ ବିଭାଗରୁ ଫୋନ୍ ଯାଇଥିଲା। ମାତ୍ର କାର୍ତ୍ତିକ ନିଜର ଶିଶୁପୁତ୍ର ସୁସ୍ଥଥିବା ଏବଂ ଘରେ ଥିବା କହିଥିଲେ। ଯାହାକୁ ନେଇ ଶିଶୁ ବିଭାଗରେ ଭାଳେଣି ପଡ଼ିଥିଲା। ଏହାପରେ ଆରମ୍ଭ ହୋଇଥିଲା ଅସଲ ଘଟଣା। ଟୀକା ଦିଆଯିବା କଥା କହି କାର୍ତ୍ତିକଙ୍କୁ ଶିଶୁପୁତ୍ରକୁ ହସ୍ପିଟାଲ ଆଣିବାକୁ କହି ଡକାଯାଇଥିଲା। କାର୍ତ୍ତିକ ମଧ୍ୟ ଉକ୍ତ ଶିଶୁପୁତ୍ର ସହିତ ହସ୍ପିଟାଲ ଆଣିବା ପରେ ଏସ୍ଏନସିୟୁ ଭିତରକୁ ନେଇଯାଇଥିଲେ ଶିଶୁ ବିଭାଗ କର୍ମଚାରୀ।

କିଛି ସମୟ ପରେ ତାଙ୍କ ଶିଶୁପୁତ୍ର ମରିଯାଇଥିବା କୁହାଯାଇଥିବା କାର୍ତ୍ତିକ ଅଭିଯୋଗ କରିଥିଲେ, ଯାହାକୁ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗିରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍ ଫୋର୍ସ ମଧ୍ୟ ମୃତୟନ କରାଯାଇଥିଲା। କାର୍ତ୍ତିକଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ପିଆରଏମ୍ ଅଧୀକ୍ଷକ ଏବଂ ଶିଶୁ ବିଭାଗ ମୁଖ୍ୟ। ସେମାନଙ୍କ କହିବା ଅନୁଯାୟୀ ମରିଯାଇଥିବା ଶିଶୁପୁତ୍ରଟି ହେଉଛି ଅସଲରେ କାର୍ତ୍ତିକଙ୍କର। ଏବଂ କାର୍ତ୍ତିକ ନେଇଯାଇଥିବା ଶିଶୁପୁତ୍ର ବାସ୍ତବରେ ବ୍ରଜମୋହନଙ୍କର। ଡିସଚାର୍ଜ ବେଳେ ହୋଇଥିବା ତ୍ରୁଟି କାରଣରୁ ଏପରି ହୋଇଛି।

ମାତ୍ର ଏହାକୁ ଖଣ୍ଡନ କରିଥିଲେ କାର୍ତ୍ତିକ ସିଂ। ତାଙ୍କ ଶିଶୁପୁତ୍ରକୁ ଅଦଳବଦଳ କରାଯାଇଥିବା ସେ ଅଭିଯୋଗ କରିଥିଲେl। ଶିଶୁ ବିଭାଗର କର୍ମଚାରୀ ଏପରି କରିଥିବା ସେ ଅଭିଯୋଗ କରିଥିଲେl

 

ସମ୍ବନ୍ଧିତ ଖବର