ଭୁବନେଶ୍ୱର: ମହାନଦୀର ମୁଣ୍ଡଳି ଠାରେ ଆଜି ହୋଇଥିବା ଓଡ୍ରାଫ୍ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏଡିଜି(ଏଲ୍ଓ) । ଏଡିଜି ଆର୍କେ ଶର୍ମା ଓଡ୍ରାଫ୍ ଡଙ୍ଗାରେ ସାମ୍ବାଦିକ କେମିତି ରିପୋର୍ଟିଂ କରିବାକୁଗଲେ, ସେ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଆରକେ ଶର୍ମା ନିଜେ ଆଜି ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଆଜି ଦିନ ପ୍ରାୟ ଗୋଟାଏ ସମୟରେ କଟକର ମୁଣ୍ଡଳି ଠାରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ୍ରାଫ ଟିମର ବୋଟ, ହାତୀକୁ କୂଳକୁ ଆଣିବା ପାଇଁ ଉଦ୍ୟମ କରୁଥିଲା। ବୋଟ ଭିତରେ ୮ ଜଣ ଥିଲେ। ସେଥିରେ ଥିଲେ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା। ବୋଟ ହାତୀର ଯେତିକି ପାଖକୁ ପାଖକୁ ଯାଉଥିଲା, ହାତୀ ସେତିକି ପାଣି ଭିତରକୁ ପଶି ଯାଉଥିଲା। ଆଉ ଏତିକି ବେଳେ ମୁଣ୍ଡଳି ବ୍ୟାରେଜର ପିଲର୍ ତଳେ ଥିବା ଭଉଁରି ଭିତରକୁ ପଶି ଯାଇଥିଲା ବୋଟ୍। ପାଣିର ସୁଅ ଏତେ ପ୍ରଖର ଥିଲା ଯେ କିଛି ମିଟର ଦୂରରୁ ବୋଟକୁ ଭଉଁରି ଭିତରକୁ ଟାଣି ନେଇଥିଲା। ହାତୀ ସୁଅ କାଟି ଯାଉଥିବା ବେଳେ ପଛୁଆ ପାଣି ମାଡ ବି ହୋଇଥିଲା ବୋଟରେ। ଆଉ ଏହାରି ସହ ମାଡି ଆସିଥିଲା ଦୁର୍ଭାଗ୍ୟ। ହଠାତ୍ ବୋଟର ଇଞ୍ଜିନ ବନ୍ଦ ହୋଇ ଯାଇଥିଲା, ଓଲଟି ପଡିଥିଲା ବୋଟ।
ପାଣିର ପ୍ରଖର ସୁଅ ଭିତରେ ଢେଉ ଖେଳୁଥିଲା ବୋଟ। ଓଡ୍ରାଫ୍ ଟିମ୍ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରଭାତ ସିହ୍ନା ବଞ୍ଚିବା ପାଇଁ ଜୋରଦାର ପ୍ରୟାସ କରିଥିଲେ। ବ୍ୟାରେଜ୍ ଉପରେ ଜମିଥିଲା ଲୋକଙ୍କ ପ୍ରବଳ ଭିଡ଼। ଉତ୍କଣ୍ଠା, ଆଶଙ୍କା ଥିଲା ସମସ୍ତଙ୍କ ମନରେ ଯ ହଠାତ୍ ଏଭଳି ଏକ ଅଘଟଣ ଘଟିବ, କେହି କେବେ କଳ୍ପନା କରିନଥିଲେ। ଉପରେ ଥିବା ଓଡ୍ରାଫ୍ ଟିମର ସହକର୍ମୀ, ପାଣି ଭିତରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ। ବ୍ୟାରେଜ୍ ଉପରୁ ରେସ୍କ୍ୟୁ ଦଉଡି ଓ ସିଡି ପକାଇଥିଲେ। ତାହାରି ସାହାଯ୍ୟରେ ଉଠିବାକୁ ଚେଷ୍ଟା କରିଥିଲେ ସମସ୍ତେ। ସାମ୍ବାଦିକ ଅରିନ୍ଦମ ଦାସ ମଧ୍ୟ ଦଉଡ଼ି ଧରି ବାହାରି ଆସିବାକୁ କିଛି ସମୟ ସଂଘର୍ଷ କରିଥିଲେ। ହେଲେ ଶେଷ ମୁହୁର୍ତ୍ତରେ ସଫଳ ହୋଇ ପାରିନଥିଲେ। ହାତରୁ ଦଉଡ଼ି ଖସିଯିବା ପରେ ପ୍ରଖର ପାଣି ସୁଅରେ ଭାସି ଯାଇଥିଲେ।
ତେବେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଦଉଡ଼ି ସାହାଯ୍ୟରେ ଅତି ଗୁରୁତର ଅବସ୍ଥାରେ ବ୍ୟାରେଜ୍ ଉପରକୁ ଆସିଥିଲେ। ଓଡ୍ରାଫ ଟିମର ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା, ହେଲେ ଜଣଙ୍କର ପତ୍ତା ମିଳିନଥିଲା। ସେପଟେ ପ୍ରାୟ ୨୫-୩୦ ମିନିଟ ପରେ ୪-୫ କିଲୋମିଟରରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଧିର ବିଧାନ ଥିଲା ଅଲଗା, ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Arindam-Das.jpg)