ଜାମିନ୍‌ରେ ଆସି ପାରିଲାନି ପୁଅ, ୨ ଦିନ ପଡ଼ିରହିଲା ମା’ର ଶବ

ବାରିପଦା: ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜଣେ ପୁଅର ଅଧିକାର ଛଡ଼ାଇ ନେଇଛି। ଆଇନ ବି ଏ କ୍ଷେତ୍ରରେ ଅସହାୟ ହୋଇଯାଇଛି। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ପାଇଁ ପୁଅକୁ ମିଳି ପାରିଲାନି ଜାମିନ୍‌। ପରିବାର ଲୋ‌େକ ଏଥିପାଇଁ ବହୁ ଓକିଲଙ୍କୁ ଅନୁ‌େରାଧ କଲେ। ହେଲେ କେହି ରାଜି ହେଲେନି। ପୁଅକୁ ଛାଡ଼ିବାକୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନେହୁରା ହେଲେ ଘରଲୋକେ। ହେଲେ ବାଟ ଓଗାଳିଲା ଆଇନ୍‌। ସେପଟେ ମା’ର ଅନ୍ତିମ ସଂସ୍କାରରେ ବଡ଼ପୁଅକୁ ସାମିଲ କରିବାକୁ ୨ ଦିନ ଯାଏ ମୃତଦେହ ପକାଇ ରଖିଲେ ପରିବାର ଲୋକେ। ଆଉ ଶେଷରେ ନିରାଶ ହେବାପରେ ସାନପୁଅ ମା’କୁ ମୁଖାଗ୍ନି ଦେଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବ‌ାରିପଦା ସଦର ଥାନା ଅନ୍ତର୍ଗତ ଶିକାରଘାଟି ଗାଁରେ। ଗ୍ରାମର ସଞ୍ଜୟ ସୋରେନ(୨୮) ଗତ ୯ ତାରିଖ ଦିନ ଅବକାରୀ ଚଢ଼ଉ ବେଳେ ବେଆଇନ ମଦ କାରବାର ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଆଉ ୧୫ ତାରିଖ ଦିନ ଅସୁସ୍ଥ ଥିବା ସଞ୍ଜୟଙ୍କ ମା’ ସୋମବାରୀ(୬୦)ଙ୍କର ବାରିପଦା ଡାକ୍ତରଖାନାରେ ମୃତ୍ୟୁ ଘଟିଲା। ଆଦିବାସୀ ସମାଜ ପରମ୍ପରା ଅନୁଯାୟୀ ବଡ଼ପୁଅ ମା’କୁ ମୁଖାଗ୍ନି ଦେବାକଥା। ତେଣୁ ପୁଅକୁ ଜାମିନ୍‌ରେ ଆଣିବାକୁ ଘର ଲୋକେ କୋର୍ଟକୁ ଗଲେ। ହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କଥା କହି କେହି ବି ଓକିଲ ସାହାଯ୍ୟ କଲେନି। ଘର ଲୋକେ ଏ ନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦରଖାସ୍ତ ଦେବା ସହ ପୁଅକୁ ସଂସ୍କାରରେ ସାମିଲ ହେବା ପାଇଁ ଅନୁରୋଧ କଲେ। ହେଲେ ନିଜ ଅସହାୟତା ପ୍ରକାଶ କଲେ ଜେଲର୍‌। ଶେଷରେ ସାନପୁଅ ହରିଶ ମା’କୁ ମୁଖାଗ୍ନି ଦେଇଛି। ଏହି ଘଟଣାକୁ ନେଇ ମୃତକଙ୍କ ଗାଁରେ ଅସନ୍ତୋଷ ଦେଖାଦେବା ସହ ଜେଲ୍‌ ପ୍ରଶାସନର ନିଷ୍ପତ୍ତିକୁ ପ୍ରବଳ ବିରୋଧ କରାଯାଇଛି। ପୁଲିସ ପ୍ରଶାସନ ଓ ଆଇନ ଗରିବ ଆଦିବାସୀଙ୍କ ପରମ୍ପରା ପ୍ରତି ନିଷ୍ଠୁର ହେଲା ବୋଲି କହିଛି ଆଦିବାସୀ ସମାଜ। ବଡ଼ବଡ଼ିଆଙ୍କ କ୍ଷେତ୍ରରେ ପ୍ରିଜନ୍ ପିଟିସନ୍ ମୂଳେ ଜାମିନର ବ୍ୟବସ୍ଥା ହୋଇପାରୁଥିବା ବେଳେ ଏ ‌େକ୍ଷତ୍ରରେ କାହିଁକି ହୋଇପାରିଲାନି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେବେ ଏ ନେଇ ଜେଲର୍‌ଙ୍କ ମତାମତ ମିଳିପାରିନାହିଁ। ହେଲେ ଜଣେ ବରିଷ୍ଠ ଜେଲ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଏମିତି ଘଟଣାରେ ପୂର୍ବରୁ ମଧ୍ୟ କିଛି ଅଭିଯୁକ୍ତଙ୍କୁ ପାରୋଲରେ ଛାଡ଼ିବାକୁ ଜେଲ୍‌ କର୍ତ୍ତୃପକ୍ଷ ଚେଷ୍ଟା କରିଥିଲେ। କିନ୍ତୁ ଓକିଲମାନେ ମାଜି‌େଷ୍ଟ୍ରଟଙ୍କୁ ଘଟଣାର ବିଚାର ପାଇଁ ବିରୋଧ କଲେ। ଯେଉଁଥିପାଇଁ ଏମିତି ଅଭାବନୀୟ ଘଟଣା ଘଟିଛି।

ସମ୍ବନ୍ଧିତ ଖବର