ଯାଜପୁର/ଚଣ୍ଡିଖୋଲ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ବିଜେଡିରେ ଗୋଷ୍ଠୀ ବିବାଦ ବଢ଼ିବାରେ ଲାଗିଛି। ସୋମବାର ଗୋଟିଏ ରାସ୍ତାର ଶୁଭ ଦେବାକୁ ଯିବା ବେ​ଳେ ବିବାଦ ରାସ୍ତାକୁ ଆସିଛି। ବିଧାୟକ ଅମର ଶତପଥୀ ଯିବା ରାସ୍ତାରେ ବାଉଁଶ ପୋତି କେତେକ ଦଳୀୟ କର୍ମୀ ଅବରୋଧ କରିଥିଲେ। ଶେଷରେ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ରାତିରେ ସେ ଫଳକକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ବଡ଼ଚଣା ରାଜନୀତି ସରଗରମ ହୋଇଛି।
ବଡ଼ଚଣା ବ୍ଲକ୍ ଅଚ୍ୟୁତବସନ୍ତ ପଞ୍ଚାୟତରେ ଜରକା ଜଳସମ୍ପଦ ବିଭାଗ ତରଫରୁ ଗେଙ୍ଗୁଟି ନଦୀର ଦକ୍ଷିଣପାର୍ଶ୍ୱ ଅଚ୍ୟୁତବସନ୍ତ ଠାରୁ ଚଣ୍ଡିଆ-ବାଲିକୁଦା ପର୍ଯ୍ୟନ୍ତ ଥିବା ନଦୀବନ୍ଧର ସୁଦୃଢୀକରଣ ନିମନ୍ତେ ୮.୦୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟର ଶୁଭ ଦେବା ପାଇଁ ବିଧାୟକ ଗତକାଲି ସକାଳେ ଯିବା ବାଟରେ ଅଚ୍ୟୁତବସନ୍ତ ପଞ୍ଚାୟତର ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହଁ ହୋଇଥିଲେ। କିଛି ସମୟ ପାଇଁ ବିଧାୟକଙ୍କୁ ରାସ୍ତାରେ ଅଟକିବାକୁ ପଡ଼ିଥିଲା। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଅଣାୟତ୍ତ ହେବାରୁ ବାଲିଚନ୍ଦ୍ରପୁର ପୁଲିସ ହସ୍ତକ୍ଷେପ କରିଥିଲା। ବିଧାୟକ ନଦୀବନ୍ଧ ସୃଦୃଢୀକରଣ କାର୍ଯ୍ୟର ଶୁଭ ଦେବା ସହ ସଭା ମଧ୍ୟ ହୋଇଥିଲା। ମାତ୍ର ରାତିରେ ସେହି ଫଳକକୁ ଏହି ଗୋଷ୍ଠୀ ଭାଙ୍ଗି ଦେଇଥି​ଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/dgdagddggda.jpg)