କେନ୍ଦ୍ରାପଡ଼ା: ବିଜେଡିର ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ସ˚ଗଠନ ଭୁଶୁଡ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ବ୍ଲକ୍‌ରେ ତୃଣମୂଳସ୍ତରର ନେତା ଓ ଲୋକ ପ୍ରତିନିଧି ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ମହାକଳପଡ଼ା ପଞ୍ଚାୟତ ସମିତି ବିଜେଡି ହାତରୁ ଖସିଯାଇଥିବା ବେଳେ ଆଜି ଜିଲ୍ଲାର ଅନ୍ୟ ବ୍ଲକରୁ ଶଙ୍ଖ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ଛାମୁଆ ନେତା ଦଳ ଛାଡ଼ିଛନ୍ତି। ଆଜି ଜିଲ୍ଲା ସ˚ସ୍କୃତି ଭବନରେ ଲୋକସଭା ସା˚ସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ତାଙ୍କ ଉପସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାରି ନିର୍ବାଚନମଣ୍ଡଳୀରୁ ୫୩ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ସଭାପତି, ପୂର୍ବତନ ପୌରପାଳିକା ଉପାଧୢକ୍ଷା ଏବ˚ ଅନେକ ଛାମୁଆ ନେତା ବିଜେପିରେ ସାମିଲ ହୋଇଛନ୍ତି। ସବୁଠୁ ଅଧିକ ସ˚ଖ୍ୟାରେ ଲୋକ ପ୍ରତିନିଧି ମହାକାଳାପଡ଼ା ନିର୍ବାଚନମଣ୍ତଳୀରୁ ବିଜେପିରେ ଯୋଗଦାନ କରିବା ଘଟଣା ବିଜେଡିର ହେଭିୱେଟ୍‌ ନେତା ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଝଟ୍‌କା ଦେଇଛି। ଜିଲ୍ଲାର ସମସ୍ତ ପାଞ୍ଚ ବିଧାନସଭା କ୍ଷେତ୍ର ନେତାଙ୍କ ଉପସ୍ଥିତିରେ ବିଜେପିର ଏପ୍ରକାର ମିଶ୍ରଣ ପର୍ବ ଜିଲ୍ଲା ବିଜେଡି ରାଜନୀତିରେ ବଡ଼ଧରଣର କ˚ପନ ସୃଷ୍ଟି କରିଛି। ଆଗକୁ ଆହୁରି ଶଙ୍ଖ ସମର୍ଥିତ ଲୋକ ପ୍ରତିନିଧି ପଦ୍ମ ଧରିବାକୁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି।

Advertisment

ଦୁଇ ଦଶନ୍ଧିରୁ ଅଧିକ ହେବ ଜିଲ୍ଲାର ୯ ପଞ୍ଚାୟତ ସମିତି ଓ ଦୁଇଟି ପୌରାପାଳିକା ବିଜେଡି କବ୍‌ଜାରେ ରହି ଆସିଥିଲା। ମାତ୍ର ରାଜ୍ୟରେ କ୍ଷମତାରୁ ବିଜେଡି ହଟିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ମହାକାଳପଡ଼ାରୁ ବ୍ଲକ୍‌ ଦଖଲ ମିସନ୍‌ ଆରମ୍ଭ କରିଥିବା ବିଜେପି ଏବେ ଅନ୍ୟ ସବୁ ନିର୍ବାଚନମଣ୍ତଳୀରେ ତୃଣମୂଳସ୍ତରରେ ସା˚ଗଠନିକ ଶକ୍ତି ବଢ଼ାଇବା ଦିଗରେ ଅଗ୍ରସର ହେଉଛି। ଆଜି ରାଜନଗର ନିର୍ବାଚନମଣ୍ତଳୀକୁ ଛାଡ଼ିଦେଲେ ବାକି ଚାରିଟି ନିର୍ବାଚନମଣ୍ତଳୀରୁ ବିଜେଡି ସମର୍ଥିତ ବହୁ ସରପଞ୍ଚ ଓ ପୂର୍ବତନ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଛାମୁଆ ନେତା ପଦ୍ମ ଧରିଛନ୍ତି। ମହାକାଳପଡ଼ା ବ୍ଲକ୍‌ର ୩୬ ଓ ମାର୍ଶାଘାଇ ବ୍ଲକ୍‌ର ୧୩ଜଣଙ୍କୁ ମଶାଇ ସର୍ବାଧିକ ୪୯ଜଣ ସରପଞ୍ଚ ଓ ସମିତି ସଭ୍ୟ ମହାକାଳପଡ଼ା ନିର୍ବାଚନମଣ୍ତଳୀରୁ ବିଜେପିରେ ସାମିଲ ହୋଇଛନ୍ତି।

ପଦ୍ମ ଧରିଥିବା ଏହି ନେତାମାନେ ଏକଦା ବିଜେଡି ନେତା ଅତନୁଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ବିଜେଡି ସମର୍ଥିତ ଲୋକ ପ୍ରତିନିଧିଙ୍କ ସମର୍ଥନ ବଳରେ ବିଜେପି ମହାକାଳପଡ଼ା ବ୍ଲକ୍‌କୁ ଦଖଲ କରି ସାରିଥିବା ବେଳେ ଏବେ ଅନ୍ୟ ବ୍ଲକ୍‌ଗୁଡ଼ିକ ଉପରେ ଆଖି ପକାଇବା ଆରମ୍ଭ କରିଛି। କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀରୁ ଜଣେ ସରପଞ୍ଚ, ଜଣେ ପୂର୍ବତନ ପୌର ଉପାଧୢକ୍ଷା, କେନ୍ଦ୍ରାପଡ଼ା ବାର‌୍‌ ଆସୋସିଏସନ୍‌ ପୂର୍ବତନ ଉପସଭାପତି, ପାଟକୁରା ନିର୍ବାଚନମଣ୍ତଳୀରୁ ଦୁଇ ସରପଞ୍ଚ ଓ ଜଣେ ସମିତିସଭ୍ୟ, ଆଳି ନିର୍ବାଚନ ମଣ୍ତଳୀରୁ ପୂର୍ବତନ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ପୂର୍ବତନ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ଛାମୁଆ ନେତା ବିଜେପିରେ ଯୋଗଦାନ କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସା˚ସଦ ଶ୍ରୀ ପଣ୍ତାଙ୍କ ସମେତ ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ, ପାଟକୁରା ନେତା ତେଜେଶ୍ବର ପରିଡ଼ା, ଆଳି ନେତା କୃଷ୍ଣଚନ୍ଦ୍ର ପଣ୍ତା, କେନ୍ଦ୍ରାପଡ଼ା ନେତ୍ରୀ ଗୀତାଞ୍ଜଳି ସେଠୀ, ରାଜନଗର ନେତା ଲଳିତ ବେହେରା, ପୂର୍ବତନ ସା˚ସଦ ଅର୍ଚ୍ଚନା ନାୟକ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ବିଜେପି ନେତା ସ˚ଜୟ ରଥ, ଦୁର୍ଯ୍ୟୋଧନ ସାହୁ, ବୈଦ୍ୟନାଥ ଚାଟାର୍ଜୀ, କିଶୋର ପଣ୍ତା, ଉମାକାନ୍ତ ପଟ୍ଟନାୟକ, କଳ୍ପନା ମଲ୍ଲିକ ପ୍ରମୁଖ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ବିଜେପିକୁ ସ୍ବାଗତ କରିଥିଲେ।