କଟକ/ଜଗତସିଂହପୁର ଟାଉନ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବେ ଅଡ଼ୁଆରେ ପଡିଛନ୍ତି। ପୂର୍ବରୁ ତାଙ୍କ ବାନ୍ଧବୀ ବିଜୟଙ୍କ ବିରୋଧରେ ପୁଲିସ ନିକଟରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ବିଜୟଶଙ୍କର ସେକ୍ସ କାରବାର ଚଳାଉଛନ୍ତି ଏବଂ ଏହି ରୢାକେଟରେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଛନ୍ତି। ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ। ଏବେ ପୁଲିସ ଏହାକୁ ଗମ୍ଭୀରତାର ସହିତ ନେଇଛି। ଏହି ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସ୍ପି ଅଖିଳେଶ୍ବର ସିଂହ ଆଜି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି। ଫଳରେ ଏହି ଅଭିଯୋଗର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇପାରେ।
ସୂଚନା ଅନୁଯାୟୀ, ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ବିବାଦ ଏବଂ ଆପୋସ ଆଲୋଚନା ମଧ୍ୟରେ ବିବାହ ପାଇଁ ନିଷ୍ପତ୍ତି ବି ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଉଭୟ ବିବାହ କରିବାକୁ ଗତ ମେ’ ମାସ ୧୭ ତାରିଖରେ ନିଷ୍ପତ୍ତି ନେଇଥିଲେ।
କେବଳ ସେତିକି ନୁହେଁ, ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ୍ ୧୭ ତାରିଖରେ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ କିନ୍ତୁ ଆଉ ପହଞ୍ଚି ନଥିଲେ। ଏହି ଘଟଣା ପରେ ତାଙ୍କୁ ପ୍ରତିଶ୍ରୁତି ଦେଇ ବିଜୟଶଙ୍କର ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ସୋମାଲିକା। ପରେ ପରେ ବିଧାୟକ ଶ୍ରୀ ଦାସ ସେକ୍ସ କାରବାର ଚଳାଉଥିବା ଭଳି ସଂଗିନ ଅଭିଯୋଗ ଥାନାରେ କରିଥିଲେ। ଜଗତସିଂହପୁର ଥାନା ପୁଲିସ ଗଲା ଜୁନ୍ ୧୮ ତାରିଖରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ଏସ୍ପି ଶ୍ରୀ ସିଂହ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ୍ କରିବା ପରେ ବିଧାୟକଙ୍କ ଅଡ଼ୁଆ ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/bijaya-sankar-das-1.jpg)