ସୁନ୍ଦରଗଡ଼: ଏମସିଏଲର ୧୪ଟି ବିସ୍ଥାପିତ ଗାଁ ଭୋଟ ବର୍ଜନ ଘୋଷଣା କରିଛନ୍ତି। ଯାହା ଚିନ୍ତାଜନକ, କହିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସୁନ୍ଦରଗଡ଼ର ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ। ୩୦ ବର୍ଷ ପରେ ବି ଏମସିଏଲ କର୍ତ୍ତୃପକ୍ଷ କ୍ଷତିପୂରଣ, ପୁନର୍ବାସ, ନିଯୁକ୍ତି ନଦେଇ ଭଣ୍ଡି ଚାଲିଥିବାରୁ ଅତିଷ୍ଠ ବିସ୍ଥାପିତ ଏହି ଚରମ ନିଷ୍ପତ୍ତି ନେଇଛନ୍ତି। ତେଣୁ ବିଧାନସଭାକୁ ନିର୍ବାଚିତ ହେବାର ମାସେ ଭିତରେ ଏ ସମସ୍ଯା ସମାଧାନ କରାଯିବ ବୋଲି ରବିବାର ହେମଗିର ବ୍ଲକ୍ କନିକା ପଞ୍ଚାୟତ ଘିନାଚାଲ ଗାଁରେ ଆୟୋଜିତ କର୍ମୀ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗ ଦେଇ ପ୍ରତିଶ୍ରୁତି ଦେଇଛନ୍ତି ଯୋଗେଶ।

Advertisment

ବିସ୍ଥାପିତଙ୍କ ସହ ସେ ଥିଲେ, ଅଛନ୍ତି ଓ ନ୍ୟାଯ୍ୟ ହକ୍ ପାଇବା ଯାଏ ଥିବେ ବୋଲି କହିଛନ୍ତି। ସମାବେଶରେ ସେ ୧୦ ବର୍ଷ ବିଧାୟକ ଥିବାବେଳେ କରିଥିବା ବିକାଶ ଓ ୨୦୧୯ରେ ପରାଜିତ ହେବା ପରେ ବି ୫ ବର୍ଷ ବିଧାନସଭା କ୍ଷେତ୍ରରେ ଲୋକଙ୍କ ସହ ଜଡ଼ିତ ରହି ନବୀନଙ୍କ ବିକାଶ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ଯମ କରିଥିବା ପ୍ରକାଶ କରିଥିଲେ। ଆଗକୁ ବିକାଶର ଧାରା ଜାରି ରଖିବାକୁ ଲୋକସଭା ଓ ବିଧାନସଭାରେ ବିଜେଡିକୁ ବିପୁଳ ସଂଖ୍ଯାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ଏହି ସମାବେଶରେ ବିଜେପି ଛାଡି କନିକା ପଞ୍ଚାୟତ ଟାଙ୍ଗରଡିହି ଅଞ୍ଚଳର ବିଶ୍ୱଜିତ୍ ଭୋଇ, ବୁଲୁ ପ୍ରଧାନ, ଆଲୋକ ପ୍ରଧାନ, ମଦନ ପ୍ରଧାନ, ସୁନାରାମ ନେଗି, ଅଶୋକ ଭୋଇ, ଯୋଗେଶ୍ଵର ଧୃଆ, ଦିଲେଶ୍ୱର ଭୋଇ ଓ ଆଙ୍କେଲାବିରା ପଞ୍ଚାୟତର ବରବାହାଲି ୱାର୍ଡ ସଭ୍ୟା ରୁକ୍ମଣୀ ଗରୁଡ, ଗଜାନନ ଗରୁଡ, ଯୁବ ନେତା ମାଇନୁ ଏକ୍କାଙ୍କ ସହ ତାଙ୍କର ୩୦ ରୁ ଅଧିକ ସମର୍ଥକ ବିଜେଡିରେ ସାମିଲ ହୋଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ, ଲୋକାଭିମୁଖି କାର୍ଯ୍ୟକ୍ରମ ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଯୋଗେଶ କୁମାର ସିଂଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ସେମାନେ ପ୍ରକାଶ କରିଥିଲେ।

publive-image

ଏଥିରେ ହେମଗିର ବ୍ଲକ ସଭପତି ସୁକାନ୍ତ ପତି, ପୁର୍ବତନ ଜିଲ୍ଲା ପରିଷଦ ଉପସଭାପତି କାଶୀନାଥ ରାଉତ, ହେମଗିର ରାଜାଙ୍କ ପରିବାରରୁ ସମରେନ୍ଦ୍ର ସିଂ ଦେଓ, ଜିଲ୍ଲା ପରିଷଦ ସଭ୍ଯା ମହିମା ସେଠ ,ବରିଷ୍ଠ ନେତା ସୁନିଲ ପାଟ୍ଟଯୋଶୀ,. ବ୍ଲକ୍ ଯୁବ ବିଜେଡି ସଭାପତି କଳାକାହ୍ନୁ ମେହେର, କନିକା ସରପଞ୍ଚ ଶାନ୍ତ ଧୃଆ, ମୁସ୍ତାକ ଅହମଦ, ମିଳନ ନାଏକ,,ପ୍ରମାଦ ପତି, ପ୍ରକାଶ ବହିଦାର, ରମେଶ ପାଣ୍ଡେ, ଖମାରୀ ବାବୁ, ମଣ୍ଟୁ ମିଶ୍ର, ମନୋଜ ଘୋଷ, ରାଜୁ ଖାନ, ଶୈଳେଶ କୁମାର ନାଏକ, ଆଜ୍ଜୁ ବାଜପେୟୀ, ତାପସ ରଂଜନ ବହିଦାର ଉପସ୍ଥିତ ଥିଲେ।