ମାଲେସିଆ ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ

ବ୍ରହ୍ମଗିରି : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ରାଜହଂସ ନିକଟରେ ଅଗଷ୍ଟ ୯ ତାରିଖରୁ ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବରରୁ ଆସିଥିବା ଏକ ୧୫ ଜଣିଆ ଟିମ୍‌କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ଆଜି ଭୋର୍‌ରୁ ପ୍ରଥମେ ଜାହାଜ ଓ କଣ୍ଟେନର୍‌ ମଧ୍ୟରେ ପାଇପ୍‌ ଭର୍ତ୍ତି କରାଯାଇଥିଲା। ଏହି ପାଇପ୍‌କୁ ବାଉଁଶ ସାହାଯ୍ୟରେ ବନ୍ଧାଯାଇ ବାଲିପଠା ଉପରେ ରଖାଯାଇଛି। ଆଜି ପାଇପ୍‌ ବିଛା କାମ ଶେଷ ହୋଇଥିବା ବେଳେ ଆସନ୍ତାକାଲି ତେଲ କଢ଼ାଯିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଜାହାଜରୁ ଘଣ୍ଟାକୁ ୨୫୦ ଲିଟର ତେଲ କଢ଼ା ଯାଇପାରିବ ଏବଂ ସମ୍ପୂର୍ଣ୍ଣ ତେଲ କାଢ଼ିବାକୁ ୩ରୁ ୪ ଦିନ ସମୟ ଲାଗିବ। ତେବେ ପାଇପ୍‌ ବିଛା ସରିଥିଲେ ବି କଣ୍ଟେନର୍‌ ଆସି ନଥିବାରୁ ଆଜି ତେଲ ବାହାରି ପାରିନାହିଁ। ଆସନ୍ତାକାଲି ପାରାଦୀପରୁ ଏକ ଖାଲି କଣ୍ଟେନର୍‌ ଆସି ଏଠାରେ ପହଞ୍ଚିବା ପରେ ତେଲ କଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର