ଭୁବନେଶ୍ବର : ରାଜ୍ୟରେ ସରକାରୀ ହାଇସ୍କୁଲ୍ରେ ୬୨୫ ପ୍ରଧାନ ଶିକ୍ଷକ ଓ ୯୬୪୧ ଶିକ୍ଷକ ପଦବି ଖାଲି ଅଛି। ସେହିପରି ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ୨୮୦ ପ୍ରଧାନ ଶିକ୍ଷକ ଓ ୩୧୭୭ ଶିକ୍ଷକ ପଦବି ଖାଲି ପଡ଼ିଛି। ଏହି ପଦବି ମଧ୍ୟରୁ ସରକାରୀ ହାଇସ୍କୁଲ୍ଗୁଡ଼ିକରେ ୪୪୪୫ଟି ହିନ୍ଦୀ, ସଂସ୍କୃତ ଓ ପିଇଟି ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଛି। ଅନ୍ୟାନ୍ୟ ଟିଜିଟି ପଦବି ପୂରଣ ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଖାଲି ଥିବା ପଦବି ସମ୍ବନ୍ଧୀୟ ତଥ୍ୟ ମଗାଯାଇଛି। ତଥ୍ୟ ହସ୍ତଗତ ହେବା ପରେ ସରକାରଙ୍କୁ ପଦବି ପୂରଣ ନିମନ୍ତେ ପ୍ରସ୍ତାବ ଦିଆଯିବ। ବିଧାନସଭାରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ କଟକଣା ଯୋଗୁ ବନ୍ଦ ରହିଥିବା ସ୍କୁଲ୍ ସମୂହ ଦୀର୍ଘ ୧୦ ମାସ ପରେ ଖୋଲିଥିବାରୁ ଶିକ୍ଷାଦାନ ଚାପ ଅଧିକ ରହିଛି। ଆବଶ୍ୟକ ସ୍ଥଳେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସ୍କୁଲ୍ରେ ଶିକ୍ଷକ ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଛି
/sambad/media/post_attachments/wp-content/uploads/2019/10/samir-ranjan-das-ff.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)