ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଏହି ଧାନ କିଣା ବ୍ୟବସ୍ଥା ଆହୁରି ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଦେବଗଡ଼, ଝାରସୁଗୁଡା, କେଉଁଝର, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର, ରାୟଗଡ, ସୁବର୍ଣ୍ଣପୁର, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ୨୭ଟି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ଅନ୍ୟ ଜିଲ୍ଲାରେ ଖୁବଶୀଘ୍ର ଏହି ଧାନ କିଣା ପ୍ରକ୍ରିୟା  ଆରମ୍ଭ କରାଯିବ ।

Advertisment

ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ବର୍ତ୍ତମାନ ଏସବୁ ଜିଲ୍ଲା ଗୁଡିକରେ ୨୪୯୨ଟି ମଣ୍ଡିରେ ଧାନ କିଣା ଜାରି ରହିଛି । 

ସମ୍ପୃକ୍ତ ଜିଲ୍ଲା ଗୁଡିକରେ ଧାନ କିଣା ପାଇଁ ଚାଷୀମାନଙ୍କୁ ଆଗୁଆ ଟୋକନ ପ୍ରଦାନ ସହ ସରକାରୀ ବ୍ୟବସ୍ଥାରେ ଧାନ ବିକିବା ପାଇଁ ପଞ୍ଜିକୃତ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଧାନ କିଣା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଏହି ଅଧିକାରୀମାନେ ଧାନ କିଣା ପ୍ରକ୍ରିୟା ଉପରେ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ବାହାର ରାଜ୍ୟର ଧାନ ଗାଡି ଉପରେ କଡା ନଜର ରଖାଯାଇଛି ।

ଅଧିକ ପଢ଼ନ୍ତୁ: କୋଣାର୍କ ମନ୍ଦିର ପରିସରରେ କେବଳ ଏଏସଆଇ ସ୍ଵୀକୃତି ପ୍ରାପ୍ତ ଫଟୋଗ୍ରାଫର୍ ହିଁ ଫଟୋ ଉଠାଇ ପାରିବେ: ହାଇକୋର୍ଟ

ଏଥିନିମନ୍ତେ ଏହି ସବୁ ଜିଲ୍ଲାରେ ୨୧୭ ଜଣ ଇନଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ଅଛନ୍ତି ।  ଏଥିନିମନ୍ତେ ଜିଲ୍ଲାସ୍ତରରେ ସମ୍ପୃକ୍ତ ଅଧିକାରୀମାନେ ସଜାଗ ରହି କାର୍ଯ୍ୟ ତୁଲାଉଛନ୍ତି । ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟତା ରାଶି ସହ ଇନପୁଟ ସହାୟତା ପ୍ରଦାନ କରାଯାଉଛି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଧାନ ବିକ୍ରୟ ଅର୍ଥ ରାଶି ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଆଯାଉଛି ।

ଅଧିକ ପଢ଼ନ୍ତୁ: ମୋଦୀ ଓ କେଜ୍ରିଓ୍ବାଲଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ : ରାହୁଲ ଗାନ୍ଧି