କୋରେଇ: କୋରେଇ ବ୍ଲକ୍ ବନ୍ଦାଳୋ ପଞ୍ଚାୟତରେ ମଦମୁକ୍ତ ପଞ୍ଚାୟତ ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ବିଷ୍ଣୁଚରଣ ରଥଙ୍କ ନେତୃତ୍ବରେ ଅନୁଷ୍ଠିତ ଶୋଭାଯାତ୍ରାରେ ପଞ୍ଚାୟତର ବହୁ ଜନପ୍ରତିନିଧି ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ୩ଟି ଗ୍ରାମ ପରିକ୍ରମା କରିଥିଲେ। ଆଜି ସକାଳେ ଗହ୍ମାରିଆସ୍ଥିତ ହନୁମାନ ମନ୍ଦିର ନିକଟସ୍ଥ ମେଳଣ ପଡ଼ିଆରେ ସରପଞ୍ଚ ଶ୍ରୀ ରଥଙ୍କ ସମେତ ସମିତିସଭ୍ୟା ଶ୍ରାବଣୀ ମହାକୁଡ଼, ନାଏବ ସରପଞ୍ଚ ମନୋରମା ସାହୁ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।
ପଞ୍ଚାୟତର ପ୍ରତି ଗ୍ରାମରେ ଚୋରାମଦ ବେପାର ବନ୍ଦ କରିବାକୁ ମହିଳାମାନେ ଦାବି କରିବା ସହିତ ନିଜ ପରିବାରରେ କେହି ମଦ୍ୟପାନ କରୁଥିଲେ ବନ୍ଦ କରିବାକୁ ଶପଥ ନେଇଥିଲେ। ଆଗାମୀ ଦିନରେ ପଞ୍ଚାୟତର ପ୍ରତି ଗ୍ରାମରେ ଏଭଳି ସଚେତନତା ଶୋଭାଯାତ୍ରା ଆୟୋଜନ କରାଯିବା ବୋଲି ସରପଞ୍ଚ ଶ୍ରୀ ରଥ ସୂଚନା ଦେଇଛନ୍ତି। ଶୋଭାଯାତ୍ରାରେ ମହିଳା ମହାସଂଘର ସଭାନେତ୍ରୀ ଗୀତାଞ୍ଜଳି ବିଶ୍ବାଳ, ସମ୍ପାଦିକା ଶକୁନ୍ତଳା ସାହୁ, ପ୍ରଭାସିନୀ ବିଶ୍ବାଳ, ଅଞ୍ଜଳି ଓଝା, ପ୍ରଜ୍ଞା ସାହୁ, ରୀନା ତରାଇ, ରାଧାରାଣୀ ସାହୁ, ଦୀପ୍ତିମୟୀ ଦେହୁରୀ, ଲିଲି ମଞ୍ଜରୀ ଖଟୁଆ, ପଙ୍ଗଜିନୀ ସରଙ୍ଗୀ, କୌଶଲ୍ୟା ନନ୍ଦ, ମମତା ସରଙ୍ଗୀ, ରଶ୍ମିତା ପେରେଇ, ସୁନା ନାୟକ, ତୁଳସୀ ନାୟକ, ପଦ୍ମାବତୀ ଜେନା, ରିତା ହାତୀଙ୍କ ସମେତ ୫ଶହରୁ ଊର୍ଦ୍ଧ୍ବ ମହିଳା ସାମିଲ ହୋଇଥିଲେ।
Follow Us