ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ଡ.ଆଦିକନ୍ଦ ସାହୁ ଗୁରୁତର ଅସୁସ୍ଥ ହୋଇଛନ୍ତି। ଗତ ୧ ତାରିଖରୁ ସେ ସ୍ଥାନୀୟ କେୟାର ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ହୃତପିଣ୍ଡରେ ମୃଦୁ ଆଘାତ ଯୋଗୁ ଡାକ୍ତର ତନ୍ମୟ ଦାସ ତାଙ୍କ ଚିକିତ୍ସା କରୁଥିବା ବେଳେ ଗ୍ୟାଷ୍ଟ୍ରୋ ସମସ୍ୟା ପାଇଁ ଡାକ୍ତର ଦେବାଶିଷ ମିଶ୍ର ଚିକିତ୍ସା କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ଅନ୍ତଃନଳୀରୁ ରକ୍ତ କ୍ଷରଣ ସମସ୍ୟାର ସମାଧାନ ହୋଇପାରିନାହିଁ। ଆଜି ଏ ସମ୍ପର୍କରେ ସୋସିଆଲ୍ ମିଡିଆରେ ଉଦ୍ବେଗ ପ୍ରକାଶ ପାଇବାରୁ ‘ସମ୍ବାଦ’ ପକ୍ଷରୁ କେୟାର ହସ୍ପିଟାଲ୍ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ଦାଶଙ୍କ ସହ ଯୋଗାଯୋଗ କରାଯାଇଥିଲା। ଆସନ୍ତାକାଲି ପ୍ରଫେସର ସାହୁଙ୍କର ଅନ୍ୟାନ୍ୟ ପରୀକ୍ଷା ହେବ ଏବଂ ଆବଶ୍ୟକ ପଡ଼ିଲେ ଅସ୍ତ୍ରୋପଚାର କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।
ପ୍ରଫେସର ଆଦିକନ୍ଦ ସାହୁ ଗୁରୁତର ଅସୁସ୍ଥ, କେୟାର ହସ୍ପିଟାଲ୍ରେ ଭର୍ତି
/sambad/media/post_attachments/wp-content/uploads/2019/06/adikanda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)