ପ୍ରଫେସର ଅମୀୟ କୁମାର ରଥ ବିପିୟୁଟିର ନୂଆ କୁଳପତି

ଭୁବନେଶ୍ବର : ପ୍ରଫେସର୍‌ ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।

ବେଙ୍ଗାଲୁରୁସ୍ଥିତ ନାକ୍‌ର ଉପଦେଷ୍ଟା (ଆଇସିଟି) ଭାବେ କାର୍ଯ୍ୟରତ ପ୍ରଫେସର୍ ରଥଙ୍କୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତି ଦେଇଛନ୍ତି। କୁଳପତି ଚୟନର ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଆଶାୟୀ ୩ ଜଣ ପ୍ରଫେସର୍‌ଙ୍କ ସାକ୍ଷାତକାର ନେବା ପରେ ନୂଆ କୁଳପତିଙ୍କ ନାମ ଘୋଷଣା କରାଯାଇଛି। ପ୍ରଫେସର୍‌ ରଥ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ୫ବର୍ଷ ଲାଗି ବିପିୟୁଟିର କୁଳପତି ଦାୟିତ୍ୱରେ ରହିବେ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଫେସର୍‌ ରଥଙ୍କ ଶିକ୍ଷକତା କ୍ଷେତ୍ରରେ ୩୩ବର୍ଷର ଅଭିଜ୍ଞତା ରହିଛି। ସେ ୯ଟି ପୁସ୍ତକ ରଚନା କରିବା ସହ ୧୨ଜଣ ପିଏଚ୍‌ଡି ଓ ୧୭ଜଣ ପିଜି ସ୍କଲାରଙ୍କୁ ‌ଗାଇଡ୍‌ କରିଛନ୍ତି। ପ୍ରଫେସର୍‌ ରଥ ଖୁବ୍‌ଶୀଘ୍ର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ ‌ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର