ବଲାଙ୍ଗୀର : ବାଣିଜ୍ୟ ଅଧ୍ୟାପନାରେ ଖ୍ୟାତି ଅର୍ଜନ କରିଥିବା ପ୍ରାଧ୍ୟାପକ ଦୟାନିଧି ତ୍ରିପାଠୀ (୯୧)ଙ୍କ ବଲାଙ୍ଗୀର ତେଲିଗୋଠ ପଡ଼ାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ସହରର ବୁଦ୍ଧିଜୀବୀ ମହଲରେ ଶୋକ ଖେଳି ଯାଇଛି। ସହର ଅନେକ ବୁଦ୍ଧିଜୀବୀ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ତ୍ରିପାଠୀ କଲିକତା ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଅଧ୍ୟୟନ ପରେ କଟକ ରେଭେନ୍ସା କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟାରମ୍ଭ କରିଥିଲେ। ତାଙ୍କ ଚାକିରୀକାଳ ମଧ୍ୟରେ ସେ ବରଗଡ଼ ପଞ୍ଚାୟତ କଲେଜ, ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଶିକ୍ଷାଦାନ କରିଥିଲେ। ୧୯୮୬ ମସିହାରେ ସମ୍ବଲପୁର ଜିଏମ କଲେଜରୁ ଅବସର ନେଇଥିଲେ। ବାଣିଜ୍ୟ ଶିକ୍ଷାରେ ସେ ଜଣେ ଧୁରୀଣ ଶିକ୍ଷକ ଥିଲେ। ବିଶେଷ କରି ଅଡିଟିଂ ବିଷୟରେ ସେ ଅନେକ ପୁସ୍ତକ ରଚନା କରିବା ସହ ସର୍ବ ଭାରତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। କଠୋର ଶୃଙ୍ଖଳା ଜ୍ଞାନ ପାଇଁ ପରିଚିତ ଏହି ଶିକ୍ଷାବିତ୍ ଜଣକ ପଶ୍ଚିମ ଓଡ଼ିଶାର ଅବକ୍ଷୟମୁଖୀ କିଛି ଉଚ୍ଚ ଶିକ୍ଷାନୁଷ୍ଠାନକୁ ସଜାଡ଼ିବାରେ ପ୍ରମୁଖ ଭୂମିକାରେ ରହି୍ଥିଲେ।
ମୃତ୍ୟୁ ବେଳେ ତାଙ୍କ ୩ ଝିଅ, ଜ୍ବାଇଁ ଓ ଏକମାତ୍ର ପୁତ୍ର ଉପସ୍ଥିତ ଥିଲେ। ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁତ୍ର ସ୍ମୃତି ରଂଜନ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/SBPHO9-BGR-PROFDAYANIDHI-TRIPATHY-f.jpg)