ପ୍ରଫେସର ଡାକ୍ତର ଗୌରାଙ୍ଗ ଚରଣ ପୋଥାଳଙ୍କ ପରଲୋକ

କଟକ :କଟକ ବଡ଼ମେଡ଼ିକାଲ ଓ ବୁର୍ଲା ମେଡ଼ିକାଲ କଲେଜର ଶଲ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଗୌରାଙ୍ଗଚରଣ ପୋଥାଳ(୭୫)ଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମଞ୍ଜୁ, ପୁଅ ଇଂଜିନିୟର ଡକ୍ଟର ଗୌତମ କୁମାର, ବୋହୂ ତପସ୍ୱିନୀ, ଝିଅ ଅର୍ପିତା, ଜ୍ୱାଇଁ ରାମାକାନ୍ତ ଧର, ନାତୁଣୀ ଆକାଂକ୍ଷା, ପ୍ରିୟଙ୍କା, ଅନନ୍ୟାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର