ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ହରିହର ଦାଶଙ୍କର ଆଜି ହୃଦଘାତରେ ପରଲୋକ ହୋଇଛି। ସେ ପ୍ରାୟ ଏକ ମାସ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଆଜି ହଠାତ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜନୀତି ବିଜ୍ଞାନର ବିଶାରଦ ତଥା ପ୍ରବୀଣ ଶିକ୍ଷାବିତ୍ ପ୍ରଫେସର ଦାଶଙ୍କ ଲିଖିତ ‘ପଲିଟିକାଲ ଥିଓରି ଓ ଆଇଡିଓଲଜିସ୍’ ଠାରୁ ଆରମ୍ଭ କରି ବହୁ ପୁସ୍ତକ ଖୁବ୍ ଉପାଦେୟ ସାବ୍ୟସ୍ତ ହୋଇଛି ଏବଂ ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀ ମହଲରେ ଲୋକପ୍ରିୟତା ଲାଭ କରିଛି। ତାଙ୍କର ବିୟୋଗରେ ଓଡ଼ିଶାର ଶିକ୍ଷା ପରିସର ଓ ତାଙ୍କ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର