ହୋମିଓପାଥି କ୍ଲିନିକାଲ୍‌ ଗବେଷଣା କମିଟି ଅଧ୍ୟକ୍ଷ ହେଲେ ପ୍ରଫେସର ନନ୍ଦ

ଭୁବନେଶ୍ବର : ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଇତିମଧ୍ୟରେ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦର କ୍ଲିନିକାଲ ଗବେଷଣା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର କମିଟିର ପୁନର୍ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ଲକ୍ଷ୍ମୀକାନ୍ତ ନନ୍ଦଙ୍କୁ ମନୋନୀତ କରାଯାଇଛି। ହୋମିଓପାଥି ଔଷଧ ଉପରେ ଗବେଷଣା କରି ଏହାକୁ ଅଧିକ ଗୁଣାତ୍ମକ କରିବା ହେଉଛି ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ। ଆଦିବାସୀ ବହୁଳ ଗାଁ ଗୁଡ଼ିକରେ ହେଉଥିବା ରୋଗ ଉପରେ ଅଧିକ ଗବେଷଣା କରି ଏହାର ଔଷଧ ନିର୍ଣ୍ଣୟ କରି ବ୍ୟବହାର କରିବା ଏହି କମିଟିର ଅନ୍ୟତମ ଉଦ୍ଦେଶ୍ୟ। ଏହା ପୂର୍ବରୁ ପ୍ରଫେସର ନନ୍ଦ ବୈଜ୍ଞାନିକ ଉପଦେଷ୍ଟା କମିଟିର ସଦସ୍ୟ ରୂପେ ୨୦୦୬ରୁ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର