ବ୍ରହ୍ମପୁର : ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧୢକ୍ଷ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କ ଆଜି ସକାଳ ପ୍ରାୟ ୭ଟା ବେଳେ ଦେହାନ୍ତ ଘଟିଛି। ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଶୋକନଗର ସ୍ଥିତି ବାସଭବନରେ ପହଞ୍ଚି ସ୍ବର୍ଗତ ସାହୁଙ୍କ ଶେଷ ଦର୍ଶନ କରିଛନ୍ତି। ସ୍ବର୍ଗତ ସାହୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବିଭିନ୍ନ ଉଚ୍ଚ ପଦପଦବିରେ ରହି ଦକ୍ଷତାର ସହିତ ଦାୟିତ୍ବ ସମ୍ପାଦନ କରିଥିଲେ। ସେ ବାଣିଜ୍ୟ ଓ ଏମ୍ବିଏ ବିଭାଗର ପ୍ରଫେସର ସହିତ ପିଜି କାଉନ୍ସିଲ ଅଧୢକ୍ଷ ଦାୟିତ୍ବରେ ମଧୢ ରହିଥିଲେ। ସେହିପରି ସ୍ବର୍ଗତ ସାହୁ ଆର୍ଏସ୍ଏସ୍ର ଜଣେ ପୁରୁଣା କାର୍ଯ୍ୟକର୍ତ୍ତା ଭାବେ ଗଞ୍ଜାମ ଜିଲ୍ଲାରେ ପରିଚିତ ଥିଲେ। ସଙ୍ଗଠନର ବିଭିନ୍ନ କେନ୍ଦ୍ରୀୟ ଦାୟିତ୍ବରେ ମଧୢ ରହିଥିଲେ। ସେହିପରି ସ୍ବର୍ଗତ ସାହୁ ରାମହରିନଗର ଓ ଗଜପତିନଗର ଶିଶୁ ମନ୍ଦିରର ପ୍ରତିଷ୍ଠାତା ମଧୢ ଥିଲେ। ଏହା ବ୍ୟତୀତ ସେ ଅଲ୍ ଇଣ୍ତିଆ କମର୍ସ ସୋସାଇଟିର ଉପସଭାପତି ଥିବା ବିଭିନ୍ନ ସଙ୍ଗଠନ ସହିତ ଜଡ଼ିତ ରହି ନିଜକୁ ସାମାଜିକ ସେବାରେ ନିୟୋଜିତ କରିଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ସଙ୍ଗଠନ ତରଫରୁ ପୁରସ୍କୃତ କରାଯାଇଛି। ସ୍ବର୍ଗତ ସାହୁଙ୍କ ଗୋଟିଏ ପୁଅ ଓ ଦୁଇ ଝିଅ ଅଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ନୀଳିମା ସାହୁଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ନୂଆବସଷ୍ଟାଣ୍ତ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସ˚ସ୍କାର କରାଯାଇଛି।
ପ୍ରଫେସର ପ୍ରମୋଦ ସାହୁଙ୍କ ପରଲୋକ
/sambad/media/post_attachments/wp-content/uploads/2019/05/Pramod-Sahu-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)