ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟର ପରିଚାଳନା ବୋର୍ଡର ସଦସ୍ୟ ପ୍ରଫେସର ଆର୍ କେ ଚୌହାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଭାବେ ନିଯୁକ୍ତ ହୋଇଛନ୍ତି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପୂର୍ବତନ ସଚିବ ତଥା ୩ଟି ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ଚୌହାନ ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ହିସାରର ଗୁରୁ ଜମ୍ଭେଶ୍ୱର ବିଶ୍ୱବିଦ୍ୟାଳୟ, ଗ୍ଲୋବାଲ୍ ଓପନ୍ ବିଶ୍ୱବିଦ୍ୟାଳୟ, ନାଗାଲ୍ୟାଣ୍ଡ ଓ ଫରିଦାବାଦର ଲିଙ୍ଗାୟା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ତୁଲାଇଛନ୍ତି। ଫରିଦାବାଦସ୍ଥିତ ଲିଙ୍ଗାୟା ବିଦ୍ୟାପୀଠର ପ୍ରୋ-ଚାନ୍ସଲର ମଧ୍ୟ ରହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାନେଜମେଣ୍ଟ ବିଶେଷଜ୍ଞ ପ୍ରଫେସର ଚୌହାନ ନିକଟରେ ଇଣ୍ଡିଆନ୍ କାଉନ୍ସିଲ୍ ଫର ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଦ୍ୱାରା ପ୍ରାୟୋଜିତ ‘ଫାକଲ୍ଟି ରିଟେନ୍ସନ୍ ଆଣ୍ଡ ଫାକଲ୍ଟି ଆପ୍ରାଇଜଲ୍’ ଶୀର୍ଷକ ଏକ ଗବେଷଣା ପ୍ରକଳ୍ପ ଶେଷ କରିଛନ୍ତି। ଏଜୁକେସନାଲ୍ ମ୍ୟାନେଜମେଣ୍ଟ, ପାଇନାନ୍ସିଙ୍ଗ୍ ଅଫ୍ ହାୟର ଏଜୁକେସନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ପ୍ରଭୃତି ବିଷୟ ଉପରେ କାର୍ଯ୍ୟ କରିଛନ୍ତି। ୫ ଜଣ ରିସର୍ଚ୍ଚ ସ୍କଲାର ପ୍ରଫେସର ଚୌହାନଙ୍କ ତତ୍ୱାବଧାନରେ ପିଏଚ୍ଡି ହାସଲ କରିଛନ୍ତି।