ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକତା ସବୁଠୁ ସୁଖଦ ସମୟ: ପ୍ରଫେସର ସ୍ବାଧୀନ ପଟ୍ଟନାୟକ

ସମ୍ବଲପୁର : ସର୍ବଭାରତୀୟ ସ୍ତରରେ ସୁନାମଧନ୍ୟ ଗଣିତଜ୍ଞ ପ୍ରଫେସର ସ୍ବାଧୀନ ପଟ୍ଟନାୟକଙ୍କ ଆଜି (ସୋମବାର) ୮୦ ତମ ଜନ୍ମଦିନ । ଏହି ଅବସରରେ ଦେଶ ବିଦେଶରେ ଥିବା ତାଙ୍କର ବହୁ ଛାତ୍ର ପ୍ର‌ଫେସର ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଫେସର ପଟ୍ଟନାୟକଙ୍କ ସଂପର୍କରେ ଉଲ୍ଲେଖ କରି ତାଙ୍କର ଛାତ୍ର ହେବାର ସୌଭାଗ୍ୟ ଅର୍ଜନ କରିଥିବା କଥା କହିଛନ୍ତି। ‘ସମ୍ବାଦ ସହିତ କଥାବାର୍ତ୍ତା ସମୟରେ ସେ କହନ୍ତି, ‘ସମ୍ବଲପୁର ବିଶ୍ବବିଦ୍ୟାଳୟ (ଜ୍ୟୋତିବିହାର)ରେ ଶିକ୍ଷକତା ମୋର ସବୁଠୁ ସୁଖଦ ଓ ସନ୍ତୋଷଜନକ ସମୟ। ‌‌ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ଶ୍ରଦ୍ଧା ମୋତେ ଅନେକ କିଛି କରିବାକୁ ପ୍ରୋତ୍ସାହିତ କରିଥିଲା ଏବଂ ଅଧ୍ୟାପନା କ୍ଷେତ୍ରରେ ଯେଉଁସବୁ ପ୍ରୟୋଗ କରିବାକୁ ଚାହିଥିଲି ତାହା, ସେଠି ସମ୍ଭବ ହୋଇଥିଲା। ପ୍ରକାଶଥାଉ କି, ପ୍ରଫେସର ପଟ୍ଟନାୟକ ସମ୍ବଲପୁର ବିଶ୍ବବିଦ୍ୟାଳୟର ଗଣିତ ବିଭାଗରେ ଦୀର୍ଘ ୨୬ ବର୍ଷ ଧରି ଅଧ୍ୟାପନା କରିଥିଲେ। ଅବସର ପରେ ସଂପ୍ରତି ସେ ଭୁବନେଶ୍ବରରେ ରହୁଛନ୍ତି।

ସମ୍ବନ୍ଧିତ ଖବର